ଖଜୁରୀପଡ଼ାବ୍ଲକ:ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁ ପଦର ଆମ୍ବସାହିରେ ପିଇବା ପାଣି ମରୁଡ଼ି।ପିଲାସାଲିଙ୍କି ଡ୍ୟାମ ଭରସା।

ଫୁଲବାଣୀ/ଖଜୁରୀପଡ଼ା:-୧୨/୦୭ -ବୈଶାଖ ମାସର ପ୍ରକୋପ ଖରାରେ କୂଅ ଶୁଖି ଯିବା ଫଳରେ ଏବଂ ନଳକୂପ ଖରାପ ହେବା ଦିନଠାରୁ ପିଇବା ପାଣି ଟୋପାଏ ପାଇଁ ପ୍ରତି ଦିନ ବାଲି ଛୁଆଁ ଖୋଲିବାକୁ ପଡୁଛି । ପିଲାସାଲୁଙ୍କି ଡ୍ୟାମ ର ପାଣିରେ ପ୍ରତିଦିନ ରୋଷେଇ କରିବାକୁ ପଡୁଛି ଶୋଷ ହେଲେ ସେଇ ପାଣି ପିଇ ଶୋଷ ମେଣ୍ଟାଇ ବାକୁ ପଡୁଛି ବୋଲି ଗ୍ରାମ ବାସି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ଗାଁରେ ପାଣି କହିଲେ କେବଳ ପିଲା ସାଲିଙ୍କି ଦ୍ୟାମ୍ ପାଣି ହିଁ ଭରସା ଏହି ପାଣି ରେ ଗାଧୋଇବା ,ଲୁଗା ସଫା କରିବା ଏବଂ ସେଇ ପାଣି କୁ ଆଣି ଘରେ ଆଣି ରୋଷେଇ ଓ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଥିବା ଦୃଶ୍ୟ ଦେଖିବାକୁ ମିକିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ ଛନ୍ଦୁରୁ ପଦର ( ଆମ୍ବ ସାହି ) ଗାଁରେ ।ଏହି ଗ୍ରାମରେ ବାସ କରୁଥିବା ଗ୍ରାମ ବାସି ମାନେ ପିଇବା ପାଣି ସମସ୍ୟା କୁ ନେଇ ଅନେକ ଥର ପଞ୍ଚାୟତ ରେ ଅଭିଯୋଗ କରିଛନ୍ତି କିନ୍ତୁ ପାନୀୟ ଜଳ ସମସ୍ୟା ସମାଧାନ କରାଯିବ ବୋଲି କେବଳ ପ୍ରତିସୃତି ମିଳିଛି ।କିନ୍ତୁ ସରକାର ଅନ୍ୟ ପକ୍ଷରେ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ଗାଁ ଗାଁରେ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ କରି ପ୍ରତି ଘରକୁ ପାଣି ଯୋଗାଇ ଦେଉ ଥିବା ବେଳେ କିନ୍ତୁ ଆମ୍ବ ସାହିରେ ବିଶୁଦ୍ଧ ଜଳ ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ।ତେଣୁ ଏଥି ପ୍ରତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି ।

Leave a Reply

Your email address will not be published. Required fields are marked *