ବହୁ ଚର୍ଚ୍ଚିତ ମା”ଋତୁଲୀ ମାଝୀ” କଟକ ବଡ଼ ଡାକ୍ତର ଖାନାରେ ଚିକିତ୍ସା ପାଇଁ ପହଁଚିଲେ,ସହଯୋଗର ହାତ ବଢ଼ାଇଲା (ଶଙ୍ଖ ଦଳ)

କନ୍ଧମାଳ:-୧୨/୦୭-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରକୁଡୁପା ପଞ୍ଚାୟତ ଅଧିନସ୍ଥ ଟକପଦର ଗ୍ରାମର ବହୁ ଚର୍ଚ୍ଚିତ ଅସହାୟ ରୋଗୀଣା ମା”ଋତୁଲୀ ମାଝୀ” କଟକ ବଡ ମେଡିକାଲ ରେ ଚିକିତ୍ସା ପାଇଁ ପଂହଁଚିଛନ୍ତି l ସୂଚନା ଥାଉ କି ନିରୀହ ଆଦିବାସୀ ମା ଋତୁଲୀ ମାଝୀର ଦୀର୍ଘ ଦିନହେବ ପାଟିରେ ମାଂସ ବଢ଼ି ନଷ୍ଟ ହେବାରେ ଲାଗିଥିଲା ଫଳରେ ଖାଇପିଇ ପାରୁନଥିଲେ l ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ତୁମୁଡିବନ୍ଧ ର ସମସ୍ତ ସାମ୍ବାଦିକ ବନ୍ଧୁ ଏବଂ ତୁମୁଡିବନ୍ଧ ଡାକ୍ତରଖାନା ର ମେଡିକାଲ ଅଫିସର ଙ୍କ ସହାୟତାରେ କଟକ ବଡ ମେଡିକାଲ ରେ ପଂହଁଚିଥିଲେ ଏହା ପରେ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲା ର ଯୁବ ନେତା ଚିନ୍ମୟ ସାହୁ ସେଠାରେ ପଂହଁଚି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହ ,କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ବିଶ୍ୱାଳ, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା କଟକ ବଡ ମେଡିକାଲ ଅଧିକାରୀ ଏବଂ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ନିର୍ଦେଶକଙ୍କ ସହ ଆଲୋଚନା କରିଥିଲେ ଏହାପରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବଡ ଡାକ୍ତରଖାନା ଅଧିକାରୀ ଏବଂ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଡିରେକଟର ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାପାଇଁ ପ୍ରତିଶୁତି ଦେଇଥିଲେ l
କରୋନା ମହାମାରୀ ଭଳି ସମୟରେ ଲୋକେ ଡାକ୍ତରଖାନା ଯିବାକୁ ଡରୁଥିବା ବେଳେ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ନିଜେ କଟକ ବଡ ମେଡିକାଲ ରେ ଉପସ୍ଥିତ ରହି ଋତୁଲୀ ମାଝୀ ଙ୍କୁ ଡାକ୍ତର ଦେଖାଇ, ସମସ୍ତ ଟେଷ୍ଟ କରାଇ ଛନ୍ତି ସବୁଠାରୁ ବଡ କଥା ଲକ ଡାଉନ, ସଟ ଡାଉନ ଲାଗିରହିଥିବା ବେଳେ ରହିବା ଖାଇବା ଏକ ମୁଖ୍ୟ ସମସ୍ୟା ପାଲଟିଛି ମାତ୍ର ଚିନ୍ମୟ ସାହୁ ଋତୁଲୀ ମାଝୀ ତାଙ୍କ ପୁଅ ସ୍ୱାମୀ ଙ୍କ ରହିବା ଏବଂ ଖାଇବା ବ୍ୟବସ୍ତା କରାଇ ଋତୁଲୀ ମାଝିଙ୍କ କିପରି ଭଲଭାବରେ ଚିକିତ୍ସା ହେବ ଏବଂ ସୁସ୍ଥ ହୋଇ ଘରକୁ ଫେରିବେ ସେଥିପାଇଁ ସମସ୍ତ ସାହାର୍ଯ୍ୟ ସହଯୋଗ କରିଥିବାରୁ ଆଶା କରୁଛୁ ଗରିବ ଆଦିବାସୀ ମା ଋତୁଲୀ ମାଝୀ ଖୁବ ଶୀଘ୍ର ଭଲ ହୋଇ ନିଜ ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଦ ବ୍ଲକ ଅନ୍ତର୍ଗତ କୁରୁକୁଡୁପା ପଞ୍ଚାୟତ ଅଧିନସ୍ଥ ଟକ ପଦର ଗ୍ରାମରେ ପଂହଁଚିବେ l ଚିନ୍ମୟ ସାହୁଙ୍କ ଏପରି ମହାନତା ପାଇଁ ଜିଲ୍ଲା ବାସୀ ବେଶ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *