ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଲା ବିଜେପି।
କାମାକ୍ଷାନଗର:୨୨/୭- ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ଦର ବୃଦ୍ଧି ଓ ଲୋ ଭୋଲଟେଜ ସମସ୍ୟା କୁ ନେଇ ବିଜେପି ତରଫରୁ କାମାକ୍ଷାନଗର ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଓ ପ୍ରତିବାଦ ସଭା ।ଗତ କିଛି ମାସ ହେବ ରାଜ୍ୟରେ ବିଦ୍ୟୁତ ବିଭାଗ ର ମନମୁଖି କାର୍ଯ୍ୟ ଓ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକ ଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି ।ଯାହାଫଳରେ ରାଜ୍ୟ ବ୍ୟାପି ବିଜେପି ତରଫରୁ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ରେ ଧାରଣା ଓ ପ୍ରତିବାଦ ସଭା କରାଯାଉଛି । ରାଜ୍ୟ ସରକାର ତୁରନ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ର ସମାଧାନ ନ କଲେ ଆଗାମୀ ଦିନ ରେ ବିଜେପି ରାଜରାସ୍ତା କୁ ଓଲ୍ହାଇ ତୀବ୍ର ବିରୋଧ କରିବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି । ପରେ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇ ରାଜ୍ୟ ରେ ବିଦ୍ୟୁତ ଦର ଓ ଲୋ ଭୋଲ୍ଟେଜ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅବଗତ କରାଯାଇଛି ।
