ତାଳଚେର ଗଜାନନ ଙ୍କ ଆଜ୍ଞା ଲଡ଼ୁ ର ଶୋଭାଯାତ୍ରା
ତାଳଚେରରେ ରେ ଜମୁଛି ଗଣେଶ ପୂଜା l ଦୀର୍ଘ ଦଶ ଦିନ ଧରି ଏହି ପୂଜା ଚାଲି ଆସୁଅଛି l ଆଜି ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ରେ ବାବା ଗଜାନନ ଙ୍କ ଆଜ୍ଞା ଲଡୁ ର ଶୋଭା ଯାତ୍ରା ଦେଖିବାକୁ ମିଳିଥିଲା l ଓ ଏହି ପୂଜାରେ ୩୧ କ୍ୱିଇଟାଲ୍ ର ଲଡୁ ତିଆରି କରାଯାଇଥିଲା l ଏଥିରେ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଥିଲା ଯାହାକି ଲିମିକା ବୁକ୍ ଅଫ୍ ରେକର୍ଡ ରେ ଚଳିତ ବର୍ଷ ସ୍ଥାନ ଅଧିକାର କରିଛି ବୋଲି ଜଣା ପଡିଛି l ଏହି ଲଡୁ କୁ ଲିଲାମ କରାଯାଇଥିଲା ଯାହାକି ୨୨ ଲକ୍ଷ୍ୟ ୨୨ହଜାର ୨୨୨ରେ ଟଙ୍କାରେ ଲାଲ ବାଗ ରାଜା କେନ୍ଦ୍ରୀୟ ଗଣେଶ ପୂଜା କମିଟି ଠାରୁ ଗ୍ରହଣ କରିଛି l ଓ ଆସନ୍ତା କାଲି ହେଉଛି ବାବା ଶ୍ରୀ ଗଜାନନ ଙ୍କ ଭସାଣି ଉତ୍ସବ ଏହି ଉତ୍ସବ ରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିବ l
Uttam das reporter
