ପୁଣି ସେଲ୍ଫି ହେଲା କାଳ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମନୋହରପୁର ପଂଚାୟତ ସାନପୁରୁଣା ପାଣି ଗାଁ ତଥା ସୁନାଖମ୍ବ ନିକଟ ବୈତରଣୀ ନଦୀରେ ସେଲ୍ଫି ନେଉଥିବାବେଳେ ନଦୀରେ ଭାସି ଯାଇ ଯୁବକ ନିଖୋଜ ହୋଇଛନ୍ତି। ଯୁବକ ଜଣକ ସାଇବସା ଗ୍ରାମର ଶ୍ରୀରାମ ବୋଲି ଜଣା ପଡିଛି। ସୂଚନା ଅନୁସାରେ କରଞ୍ଜିଆର ଅଙ୍କିତ ପେରୁଆଙ୍କ ପରିବାର ଲୋକଙ୍କ ସହିତ ସୁନା ଖମ୍ବ ବୁଲିବାକୁ ଆସିଥିଲେ। ଅପରାହ୍ନ ପ୍ରାୟ ୪:୩୦ମିରେ ନଦୀ ଭିତରକୁ ଯାଇ ସେଲ୍ଫି ଉଠେଇବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ନଦୀକୁ ଭାସିଯାଇ ନିଖୋଜ ହୋଇଛନ୍ତି। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନାହିଁ।
