ଜଟଣୀ ମହାବିଦ୍ୟାଳୟ ଦ୍ବାରା ଉତ୍କଳ ବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜଟଣୀ୨୧/୧୦ ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି. ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଦିଝାତିଆର ଏସ. ଏସ. ଡି ମହାବିଦ୍ୟାଳୟ ଖୋର୍ଦ୍ଧା ର ପ୍ରାଣନାଥ ମହାବିଦ୍ୟାଳୟ କୁ ୪-୦ ଗୋଲ ରେ ପରାସ୍ତ କରି ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି. ବିଭିନ୍ନ ଜୋନରୁ ଆସିଥିବା ୮ ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ରେ ପ୍ରାଣନାଥ ମହାବିଦ୍ୟାଳୟ ଭୁବନେଶ୍ୱର ଶାରୀରିକ ଶିକ୍ଷା ମହାବିଦ୍ୟାଳୟ କୁ ୨-୧ ଗୋଲ ରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ ରେ ଗୁରୁଡିଝାଟିଆ ମହାବିଦ୍ୟାଳୟ ଉଦୟନାଥ ମହାବିଦ୍ୟାଳୟ କୁ ୩-୧ଗୋଲ ରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା. ଆଜିର ଏହି ଉଦଯାପନୀ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ଜଟଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ ରାଜୀବ କର ଯଥାକ୍ରମେ ମୁଖ୍ୟ ଅତିଥି ଓ ସାନମାନୀତ ଅତିଥିଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିବେଳେ ଏହି ସଭାକୁ ପରିଚାଳନା କରିଥିଲେ କ୍ରୀଡ଼ାପରିଷଦ ନିର୍ଦେଶକ ଡ଼ ବିଜୟ କୁମାର ସୁନ୍ଦରାୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ଼ କୀର୍ତ୍ତିରଞ୍ଜନ ମଲ୍ଲିକ. ଏହି କ୍ରୀଡାକୁ ପରିଚାଳନା କରିଥିଲେ ଡ଼ ବେଣୁଧର ଦାସ, ଡ଼ ପ୍ରବୀର ମହାନ୍ତି, ଚତୁର୍ଭୁଜ ଜେନା, ପ୍ରଶାନ୍ତ ମହାନ୍ତି, ଦକ୍ଷବ୍ରହ୍ମ ରାଉତରାୟ ଓ ବିଜୟ କୁମାର ରାଉତ।

Leave a Reply

Your email address will not be published. Required fields are marked *