ନୟାଗଡ ତ୍ରିନାଥ ବଜାର ରାମନାଟକ ପ୍ରତିଯୋଗିତା ଉଦଯାପିତ
ନୟାଗଡ ସହରର ତ୍ରିନାଥ ଛକ ଠାରେ ତ୍ରିନାଥ ବଜାର ପୂଜା କମିଟି ଏବଂ ଶ୍ରୀରାମ ସେବା ପରିଷଦର ମିଳିତ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ୪୨ତମ ବାର୍ଷିକ ଉତ୍ସବ ଅବସରରେ ୪ ଦିନ ବ୍ୟାପି ଅନୁଷ୍ଠିତ ରାମ ନାଟକ ପ୍ରତିଯୋଗିତା ମହାସମାରୋହରେ ଉଦଯାପିତ ହୋଇ ଯାଇଛି |ଏହି ପ୍ରତି ଯୋଗିତାରେ ଲାଠିପଡ଼ା (ଟାଙ୍ଗୀସାହି) ପ୍ରଥମ ସ୍ଥାନ ଅଧିକାର ରଣପୁରର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଠାରୁ ବିଜୟୀ ଟ୍ରଫି ଗ୍ରହଣ କରିଥିଲେ |ଏଥିର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ |ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ଵୀତରଣ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମାଜ ସେବୀ ପ୍ରିୟରଞ୍ଜନ ଦାଶ, ଅରୁଣ ମହାନ୍ତି ମଂଚାସୀନ ଥିବାବେଳେ ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ବେହେରା, ସମ୍ପାଦକ ବିଜୟ ପରିଡାଙ୍କ ସମେତ ବିଚାରକ ଦୁର୍ଗାକାନ୍ତ ଆଚାର୍ଯ୍ୟ, ବେଣୁଧର ସାହୁ, ଧନେଶ୍ୱର ପ୍ରଧାନ, ଭଗବାନ ମାଣ୍ଡୋଇ ପ୍ରମୁଖ ମଂଚାସୀନ ଥିଲେ |ନାଟକ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ଶ୍ରେଷ୍ଠ କଳାକାର ପୁରସ୍କାର ମଧ୍ୟ ପ୍ରଦାନ କରା ଯାଇଥିଲା |
