ସାଳନ୍ଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ଭଦ୍ରକ,20.12.23: ଉତ୍ତରବାହିନୀସ୍ଥ ସାଳନ୍ଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଚାଲିଆସୁଥିବା ଯୁବ ବିକାଶ/ ନବୀନ ଓଡିଶା କାର୍ଯ୍ୟକ୍ରମ ର କ୍ରୀଡା, ସାଂସ୍କୃତିକ ପ୍ରତିଯୋଗିତା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଛି।ଏହି ସଭାରେ ସଭାପତିତ୍ବ କରିଥିଲେ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପାଣିଗ୍ରାହୀ।ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଭଦ୍ରକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ସରକାରଙ୍କ ଏହି କାର୍ଯ୍ୟକ୍ରମ କିପରି ଯୁବ ସମାଜର ଅନ୍ତର୍ନିହିତ ପ୍ରତିଭାର ସର୍ବାଙ୍ଗୀନ ଉନ୍ନତି ସାଧିତ କରିବ ତାହା ପ୍ରକାଶ କରିଥିଲେ। ଯୁବ ସମାଜ ଉପରେ ଦେଶର ପ୍ରତ୍ୟକ୍ଷ ଉନ୍ନତି ନିର୍ଭର କରେ ବୋଲି ମତ ପ୍ରକାଶ କରି ଥିଲେ।ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ ର ନୋଡାଲ୍ ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାମଲ ଏହି କାର୍ଯ୍ୟକ୍ରମ ସବୁକୁ ନିଷ୍ପାଦନ କରିବାର ଅନୁଭୁତି ଓ କାର୍ଯ୍ୟକ୍ରମ ସଂପର୍କେ ପ୍ରାରମ୍ଭିକ ସୂଚନା ଦେବାସହ ଆମର ଲୋକପ୍ରିୟ ସରକାରଙ୍କର ଏହି ଅଭିନବ ପଦକ୍ଷେପ ଓଡିଶାର ଯୁବସମାଜ ରେ ଏକ ନୂତନ ପ୍ରେରଣା ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜକ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଶୁଭକାନ୍ତ କୁଅଁର ରବୀନ୍ଦ୍ରକୁମାର ପାଢୀ, କ୍ରୀଡା ପ୍ରତିଯୋଗିତାର ସଂଯୋଜିକା ଶ୍ରୀମତୀ ମଧୁମିତା ସ୍ବାଇଁ,ଖେଳ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ହୃଷିକେଶ ବେହେରା ଓ ସାମାଜିକ କାର୍ଯ୍ୟକ୍ରମ ର ସଂଯୋଜକ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁଭାଶିଷ ଭଟ୍ଟାଚାର୍ଯ୍ୟ , ଅଧ୍ୟାପିକା ଶ୍ରୀମତି ଅଳକା ସାହୁ ନିଜର ବକ୍ତବ୍ଯ ରଖିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଦାସ, କୁଦୁସିଆ ଜମାଲ୍, ଗ୍ରନ୍ଥାଗାରିକ ମନମୋହନ,ରାମଚନ୍ଦ୍ର ସାହୁ , ସୁଷମା ସାହୁ, ସଂଯୁକ୍ତା ପାଢୀ,କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ। ଅମର କୁମାର ପରିଡା, ବବିତା ମହାନ୍ତି, ପ୍ରଭାତ ପ୍ରଧାନ, କୁଳମଣି ନାଥ ଏଥିରେ ସହାୟତା କରିଥିଲେ। ଶେଷରେ ମି. ଜେମସ୍ ତାଙ୍କର ସଂଗୀତ ଦଳଙ୍କ ସହ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ଯ ଅତିଥି ମାନ୍ୟବର ବିଧାୟକ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *