ସୋସିଆଲ ସର୍ଭିସ୍ ଟୁ ମ୍ୟାନକାଇଣ୍ଡ ଆସୋସିଏସନ ତରଫରୁ ସହିଦ୍ ନଗର ମେଲଣ କମିଟି ପଡ଼ିଆରେ ବୃକ୍ଷରୋପଣ

୩/୮- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚୟତ ସହିଦ୍ ନଗର ମେଳଣ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋସିଆଲ ସର୍ଭିସଟୁ ମେନକାଇଣ୍ଡ ଦଳ ତରଫରୁ ଏବଂ ମେଲଣ କମିଟି କାର୍ଯ୍ୟକର୍ତାଙ୍କ ସହାୟତାରେ ଉଦଯାପିତ ହୋଇଯାଇଅଛି।ଶହୀଦ ନଗର ମେଲଣ ପଡିଆ ରାସ୍ତା ପୁନଃନିର୍ମାଣ ହେବା ପରେ ପଡ଼ିଆରେ ଗୋଟେ ବି ଗଛ ନଥିବା ହେତୁ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଜି ସୋସିଆଲ ସର୍ଭିସଟୁ ମେନକାଇଣ୍ଡ ଗ୍ରୁପ ପକ୍ଷରୁ ଏହି କୋଭିଡ଼ ସମୟ ରେଏମିତୀ ଏକ ସମାଜ କଲ୍ୟାଣ କାମ ପାଇଁ ସମସ୍ତେ ସ୍ୱାଗତ ଜଣାଇଛନ୍ତି ଏବଂ ପ୍ରଶଂଶା ମଧ୍ୟ କରିଛନ୍ତି । ଏହି ସମାଜ ସେବା କାର୍ଯ୍ୟ ରେ ସୋସିଆଲ ସର୍ଭିସ ଟୁ ମେନକାଇଣ୍ଡ ଗ୍ରୁପ ର ସଭାପତି ,ଶୈଳେଶ ନାୟକ,ସମ୍ପାଦକ-ଦୀପକ ସେନାପତି,ସଭାପତି-ନିର୍ମଳ ଚନ୍ଦ୍ର ସାହୁ, ସମ୍ପାଦକ-ଘନଶ୍ୟାମ ସାହୁ,ଏବଂ ସାଧାରଣ କର୍ମୀ-ମନୋଜ ମିଶ୍ର,ସୋମନାଥ କୁଅଁର, ଦୀପକ ପଣ୍ଡା,ପ୍ରିୟରଞ୍ଜନ ନାୟକ,ଶ୍ରିତମ ନାୟକ,ରଘୁନାଥ ସାହୁ ଏବଂ ସହୋଜଗ ରେ ମେଲଣ କମିଟି କର୍ତୁପକ୍ଷ କୃପାସାଗର ପଣ୍ଡା,ଉପେନ୍ଦ୍ର ସେନାପତି,ନିରଞ୍ଜନ ଓଝା ରବିନାରାୟଣ ସେନାପତି, ପୃଥିରାଜ ମିଶ୍ର,ମହୋଦୟ ମାନେ ବହୁ ମାତ୍ରାରେ ସାହାଯ୍ୟ କରି ବୃକ୍ଷରୋପଣ କାର୍ଯ୍ୟକ୍ରମଟିକୁ ସଫଳ କରାଇଲେ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *