ଭଦ୍ରକ ନବ ନିର୍ମାଣ କୃଷକ ସଂଘ ତରଫରୁ ଏକ ଜୀବିକା ସୁରକ୍ଷା ଭତ୍ତା ପାଇଁ ଦାବୀ ବୈଠକ ଅନୁଷ୍ଠିତ
ଭଦ୍ରକ :୩/୮:- ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଘ ତରଫରୁ ଜୀବିକା ସୁରକ୍ଷା ଭତ୍ତା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ସ୍ଥାନୀୟ ଦ୍ଭାଗବତ କଲ୍ୟାଣୀ ମଣ୍ଡପ ଅନୁଷ୍ଠିତ ହେଇଯାଇଛି। କୋଭିଡ ର ଦୁଇ ବର୍ଷ ମଧ୍ୟ ରେ ସବୁ କିଛି ବନ୍ଦ ଥିଲା , ହେଲେ ମଧ୍ୟବର୍ତ୍ତି ପରିବାର ଲୋକେ ଚଳିବେ କିପରି ? ଆଜି ଭଦ୍ରକର ବିଭିନ୍ନ ବିୟୁଟି ପାଲର ମହିଳାମାନେ ଏବଂ ଯାତ୍ରା ଗଣନାଟ୍ୟର ବହୁତ କଳାକାରମାନେ ତାହା ସହ ଗୀତିକାରମାନେ ଭାଗବତ କଲ୍ୟାଣି ମଣ୍ଡପଠାରେ ଏକ ଦାବୀ ରଖିଥିଲେ ଆମକୁ ସରକାର ଜୀବିକା ସୁରକ୍ଷା ଭତ୍ତା ଦିଅ ବୋଲି କହିଥିଲେ । ଏହି ସଭାରେ ରାଷ୍ଟ୍ରୀୟ ସଂଯୋଜକ୍ ନବ ନିର୍ମାଣ କୃଷକ ସଂଘଠନ ର ଅକ୍ଷୟ କୁମାର , ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ , ଯାତ୍ରା କଳାକାର କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲା ସଭାପତି ପପୁ ପଣ୍ଡା, ଯାତ୍ରା ଜଗତର ଚର୍ଚ୍ଚିତ କମେଡିଆନ ପଦ ରାଉତ ଓ ବ୍ରଜ ପାଣିଗ୍ରାହୀ, ପାଲର ସଂଘ ତତଫରୁ ଅଞ୍ଜନା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
ରିପୋର୍ଟ-ପୁନିଲ କୁମାର ସାମନ୍ତ,ଭଦ୍ରକ।
