ରାସ୍ତାରେ ଦଣ୍ଡବତ କରି ଜଗା ଦର୍ଶନରେ ବାହାରି ମହିଳା

କୋରେଇ ବ୍ଲକ ପଞ୍ଚିକୋଟ ପଂଚାୟତ ଲକ୍ଷ୍ମୀନଗର ଗାଁରେ ରାଧା ଜେନା ତାଙ୍କ ପରିବାରକୁ ନେଇ ବସବାସ କରନ୍ତି l ତେବେ ଗତ କିଛିଦିନ ତଳେ ରାଧାଙ୍କ ସ୍ୱାମୀ ବାବାଜୀ ଜେନା କୌଣସି ଏକ ରୋଗରେ ପୀଡିତ ହୋଇ ଜୀବନ ମରଣ ସହିତ ଲଢେଇ କରୁଥିଲେ l ଏହି ସମୟରେ ରାଧାଙ୍କ ଶାଶୁ ଶଶୁର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମାନସିକ କରିଥିଲେ ଯେବେ ବାବାଜୀ ଭଲ ହୋଇଯିବ ରାସ୍ତାରେ ଚାଲିଚାଲି ଦଣ୍ଡବତ କରି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ l ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରିବାଦରୁ ରାଧାଙ୍କ ସ୍ୱାମୀ ଏବେ ଭଲ ହୋଇଯାଇଛନ୍ତି l ଆଉ ଇତିମଧ୍ୟରେ ରାଧା ନିଜ ଶାଶୁ ଓ ଶଶୁର ଙ୍କୁ ହରାଇ ବସିଛନ୍ତି l ସ୍ୱାମୀ ଭଲ ହେବା ପରେ ଶାଶୁ, ଶଶୁର ଙ୍କ ମାନସିକ ପୂର୍ଣ୍ଣ କରିବାକୁ ଲକ୍ଷ୍ମନଗର ଗାଁରୁ ରାଧା ଜେନା ତାଙ୍କ ସ୍ୱାମୀଙ୍କୁ ଧରି ଦଣ୍ଡବତ କରି ପୁରୀ ଅଭିମୁଖେ ବାହାରିଛନ୍ତି l ସେପଟେ ପ୍ରତେକ ରାସ୍ତାରେ ରାଧାଙ୍କୁ ଲୋକେ ଶୁଭେଚ୍ଛା ଜଣାଉଛନ୍ତି l

ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *