ପ୍ଲାଷ୍ଟିକ ମୁକ୍ତ ପରିକ୍ରମା ଶୋଭାଯାତ୍ରା” ଅନୁଷ୍ଠିତ

ଚଳିତ ମାସ ତା ୦୫/୦୩/୨୦୨୪ ରିଖ ଦିନ ବିଶ୍ଵମ୍ଭର ବିଦ୍ୟାପୀଠ,ପୁରୀ ର ଏନସିସି, ଇକୋ କ୍ଲବ ,ଶକ୍ତି କ୍ଳବ୍, ସ୍କାଉଟ୍ ଏବଂ ଗାଇଡ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ “ପ୍ଲାଷ୍ଟିକ ମୁକ୍ତ ପରିକ୍ରମା ଶୋଭାଯାତ୍ରା” ଅନୁଷ୍ଠିତ ହୋଇଥିଲା ।ଦିନକୁ ଦିନ ଜନସଂଖ୍ୟା ଯେପରି ବଢ଼ି ଚାଲିଛି ସେହିପରି ପ୍ଲାଷ୍ଟିକର ବ୍ୟବହାର ଦୃତ ଭାବେ ବଢ଼ି ଚାଲିଛି ଯାହା ଦ୍ଵାରା ଆମ ପରିବେଶ ଦୂଷିତ ହେବା ସହିତ ବିଭିନ୍ନ ରୋଗ ବ୍ୟାପିଛି ।ପ୍ଲାଷ୍ଟିକ ମାଟିରେ ସହଜରେ ମିଶୀପରେନି ତେଣୁକରି ପ୍ଲାଷ୍ଟିକ ବଦଳରେ ଆମେ କଣ କଣ ବ୍ୟବହାର କରିପାରିବା ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ଲାଷ୍ଟିକର ବ୍ୟବହାର ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନୂତନ କରି ହୋଇଥିବା ଶ୍ରୀମନ୍ଦିର ପରିକ୍ରମା କୁ କିପରି ଆମେ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ସ୍ୱଚ୍ଛ ଓ ନିର୍ମଳ ରଖିବା ।ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ପ୍ରତାପ କୁମାର ସାହୁ,ସୁଶାନ୍ତ କୁମାର ପ୍ରଧାନ,ଏସ କେ ସେରତୁଲ୍ଲା,ଅଭୟ ଅମିତ୍ ସାହୁ, ଆଶିଷ କୁମାର ଜେନା ଏବଂ ଶିକ୍ଷୟତ୍ରୀ ବିଶ୍ଵଜିତା ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *