ସ୍ପେଶlଲ୍ ଡ୍ରାଇଭ କାର୍ଯ୍ୟକ୍ରମ ରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ର ସଫଳତା
ସ୍ପେଶlଲ୍ ଡ୍ରାଇଭ କାର୍ଯ୍ୟକ୍ରମ ରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ର ସଫଳତା , ଆଠ ଦିନ ରେ ସମୁଦାୟ ୨୬ ଲକ୍ଷ ୭୩ ହଜାର ୩୨୭ ଟଙ୍କା ଜରିମାନା ଆଦାୟ – ୦୧-୦୪- ୨୦୨୪ ରୁ ୦୮ -୦୪- ୨୪ ସୋମବାର ଯାଏଁ ପୁରୀ ଆଞ୍ଚଳିକ ପରିବହନ ବିଭାଗ, ଓ ପୋଲିସ୍ ର ମିଳିତ ସହଯୋଗ ରେ ସଦର ମହକୁମାର ବାସେଳି ସାହି ସମେତ ଜିଲ୍ଲା ର ବିଭିନ୍ନ ଜାଗାରେ ଅଚାନକ ଚଢାଉ କରାଯାଇଥିଲାl ସ୍ପେଶlଲ ଡ୍ରାଇଭ ରେ ୧୩ ଜଣ ମଦୁଆ ଚାଳକ ଙ୍କ ଗାଡ଼ି କୁ ଜବତ କରି ଚାଲାଣ କରିଥିବା ବେଳେ ମଦୁଆ ଚାଳକ ଙ୍କୁ କୋର୍ଟ ଚାଲାଣ କରାଯାଇଛିl ସମୁଦାୟ ୨୬ ଲକ୍ଷ ୭୩ ହଜାର ୩୨୭ ଟଙ୍କା ଫାଇନ ଆଦାୟ କରଯାଇଥିବା ବେଳେ ବିନା ହେଲମେଟ ରେ ୯୩ ଜଣ, ମୋବାଇଲ ଫୋନ ୟୁଜର ୩ ଜଣ, ଅନ୍ୟାନ୍ୟ କେଶ ରେ ୨୧ ଜଣ, ଓଭର୍ ସ୍ପିଡ ପାଇଁ ୧୫୧ ଜଣ ଙ୍କ ସମେତ ସମୁଦାୟ ୨୮୧ ଗୋଟି ଚାଲାଣ କଟା ଯାଇଥିବା ଜଣା ଯାଇଛି l ପରିବହନ ବିଭାଗ କମିଶନର ଅମିତାଭ ଠାକୁର ଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ପିନାକ ମିଶ୍ର ଙ୍କ ପରାମର୍ଶ ଓ ତତ୍ତ୍ଵl ବଧlନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପୁରୀ ଆର ଟି ଓ ରବିନ୍ ପଟ୍ଟନାୟକ ,ଏମ ଭି ଆଇ ରାଜେଶ୍ କୁମାର ମହାପାତ୍ର , ସହକାରୀ ଏମ ଭି ଆଇ ଅମିତ୍ କୁମାର୍ ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ପାତ୍ର ଙ୍କ ସହିତ ପୁରୀ ଆଞ୍ଚଳିକ ପରିବହନ ବିଭାଗ ର ସମସ୍ତ କର୍ମଚାରୀ ସାମିଲ ଥିଲେ l

ସେହିପରି ଗତ କାଲି ୦୮-୦୪ -୨୦୨୪ ସୋମବାର ଦିନ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଅଚାନକ ଚଢାଉ କରି ବିଭିନ୍ନ କେଶ ରେ ସମୁଦାୟ ୩ ଲକ୍ଷ ୪୭ ହଜାର ୯୦୨ ଟଙ୍କା ଫାଇନ ଆଦାୟ କରିଛି l ତହିଁ ମଧ୍ୟରୁ ବିନା ହେଲମେଟ ରେ ୧୪ ଜଣ, ଓଭର ସ୍ପିଡ୍ ରେ ୧୮ ଜଣ, ମଦୁଆ ଚାଳକ ୫ ଜଣ, ମୋବାଇଲ୍ ୟୁଜର ଙ୍କୁ ୨ ଜଣ ଓ ଅନ୍ୟାନ୍ୟ କେଶ ରେ ୭ ଜଣ ଗତ କାଲି ପୁଣି ଅଚାନକ ଚଢାଉ ରେ ସମୁଦାୟ ୪୬ ଜଣ ଙ୍କ ଚାଲାଣ କଟା ଯାଇଛି l ଆଗକୁ ସହର ତଥା ଜିଲ୍ଲା ର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ପୁରୀ ଆର ଟି ଓ ଶ୍ରୀ ପଟ୍ଟନାୟକ ମିଡ଼ିଆ କୁ ସୁଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନ କୁ ମାନି ଚଳିବା ଓ ନିଜ ର ବହୁ ମୂଲ୍ୟ ଜୀବନ କୁ ବଞ୍ଚାଇବା ସହିତ ରାସ୍ତା ରେ ସଧାରଣ ଲୋକ ଙ୍କ ଜୀବନ କୁ ସୁରକ୍ଷିତ ରଖିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି l ଯା ଦ୍ବାରା କି ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଛନ୍ତି l
