ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଙ୍କ ରୋଡ଼ ସୋ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପକ୍ଷରୁ ରଘୁନାଥପୁର ସ୍ଥିତ ମାଘି ମେଳା ପଡିଆ ଠାରେ ବିଜୁ ପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି ।ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସହିତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ସହିତ ଅନ୍ୟ ଗୁଣାବଳୀ ଉପରେ ଉପସ୍ଥିତ ଜନତାଙ୍କୁ କହିଥିଲେ ।ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ତିର୍ତ୍ତୋଲ ବଜାର ନିକଟରୁ ଆରମ୍ଭ ହୋଇ ରଘୁନାଥପୁର ପର୍ଯ୍ୟନ୍ତ ଆସି ଥିଲା । ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ମାନେ ଯୋଗ ଦେଇ ଥିବା ବେଳେ ବେଶ ଉତ୍ସାହିତ ଥିବା ଦେଖା ଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ସହିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ଡବଲ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *