ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ପୂଜନ ଉତ୍ସବ
ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ଆନୁକୂଲ୍ୟରେ ଗୁରୁ ଦିବସ ଉପଲକ୍ଷେ ଗୁରୁ ପୂଜନ ଉତ୍ସବ ସ୍ଥାନୀୟ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବୁଗୁଡା ଓକିଲ ସଂଘର ସଭାପତି ହର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ମୁରଲୀଧର ନନ୍ଦ ଏବଂ ସମ୍ମାନିତ ଅତିଥି ଭାବେ ଏସ୍ ଟିକରପଡା ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଡ ବିଜୟ ଚନ୍ଦ୍ର ମହାରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ଶ୍ରୀ ଜଗନ୍ନାଥ ସ୍ଵାମୀ ଓ ସମ୍ପାଦକଙ୍କ ପିତାମାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅନନ୍ତ କରଙ୍କୁ ଅନୁଷ୍ଠାନ ପକ୍ଷରୁ ଯଥୋଚିତ ସମ୍ମାନ ସହ ଗୁରୁ ପୂଜନ କରାଯାଇଥିଲା । ତା’ପରେ “ଗୁରୁ କିଏ ?” ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଭାବେ ସୁରେନ୍ଦ୍ର କୁମାର ଜେନା,ସୁବାସ ଚନ୍ଦ୍ର ସାହୁ(ରୋଶନ),ପ୍ରଫୁଲ କୁମାର ବେହେରା,ଜୟରାମ ପ୍ରଧାନ,ସ୍ଵେଚ୍ଛାସେବୀ ଗନ୍ଧର୍ବସେନ ସେଠୀ ଏବଂ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ କୋଭିଡ୍ ଯୋଦ୍ଧା ରୂପେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ସୁରେଶ ଚନ୍ଦ୍ର ପାଢୀ,ଶ୍ରୀଧର ମିଶ୍ର,ବସନ୍ତ ବିଷୋୟୀ ଙ୍କ ସମେତ କୋଡିଏରୁ ଊର୍ଦ୍ଧ୍ଵ କବି ନିଜସ୍ଵ କବିତା ପାଠ କରିଥିଲେ । ସୁରେନ୍ଦ୍ର ନାଥ ପାଣି ଶେଷ ସଙ୍ଗୀତ ଗାନ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ଦିଗାମ୍ବର ମହାରଣା,କେଦାର ନାଥ ଦାଶ ସୁପରିଚାଳନା କରିଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା ।

