ଭୁବନେଶ୍ବର-ପୁରୀ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକଠାରୁ ସୁଆଣ୍ଡୋ ରାସ୍ତାର ନାମ ଗୋପବନ୍ଧୁ ମାର୍ଗ ରଖାଯିବା ଦାବି

ଭୁବନେଶ୍ବର-ପୁରୀ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକଠାରୁ ସୁଆଣ୍ଡୋ ରାସ୍ତାର ନାମ ଗୋପବନ୍ଧୁ ମାର୍ଗ ରଖାଯିବା ଦାବି ନେଇ ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ରବିବାର ଦସ୍ତଖତ ସଂଗ୍ରହ ଅଭିଯାନ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମମାଟିରୁ ଆରମ୍ଭ ହୋଇଛି । ଗାଆଁକୁ ଗାଁ ବୁଲି ସଙ୍ଗଠନର ସଭ୍ୟମାନଙ୍କ ଦ୍ଵାରା ଜନସାଧାରଣଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଉଛି । ଏକ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ, ପୁରୀ ସାଂସଦ, ସତ୍ୟବାଦୀ ବିଧାୟକ ତଥା ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ସନ୍ଦିପ ମହାପାତ୍ର କହିଛନ୍ତି । ଏହି ସଂପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଉମେଶ କୁମାର ପଣ୍ଡା, ଅମିତ ମହାପାତ୍ର, ଚନ୍ଦନ ମହାପାତ୍ର, ବାଲୁଙ୍କେଶ୍ୱର ପଣ୍ଡା, ଶଙ୍କର ପଲେଇ, ଲପ୍ତିରଞ୍ଜନ ପ୍ରଧାନ, ପ୍ରତାପ ପରିଡା, ମାନସିକ ଦାସ, କୃଷ୍ଣଚନ୍ଦ୍ର ବେହେରା, ଦିନେଶ ମହାପାତ୍ର, ବିଶ୍ଵଜିତ ପଣ୍ଡା ପ୍ରମୁଖ ଅନୁଷ୍ଠାନର ଯୁବ ସଭ୍ୟମାନେ ଦସ୍ତଖତ ସଂଗ୍ରହ କାମରେ ଲାଗିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *