କବିତା ସଙ୍କଳନ ‘ଦୁଇକୂଳ ଛୁଇଁ ‘ ଉନ୍ମୋଚନ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି

କେବଳ କବିଟିଏ ଦୁଃଖ କମେଇପାର ବୋଲି ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟଙ୍କ ଚତୁର୍ଥ କବିତା ସଙ୍କଳନ ‘ଦୁଇକୂଳ ଛୁଇଁ ‘ ଉନ୍ମୋଚନ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜି ବଡ଼ଦାଣ୍ଡ ନାୟକ ପ୍ଳାଜା ସଭାଗୃହର ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି ଲିଃ ଦ୍ୱାରା ଆୟୋଜିତ ଉନ୍ମୋଚନ ଉତ୍ସବରେ ଡ. କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି, ବିଶ୍ଵପ୍ରକାଶ ପଟ୍ଟନାୟକ, ବିଜୟଲଖ୍ମୀ ଦାଶ ମିଶ୍ର, ଡ. ହେମନ୍ତ କୁମାର ଛୋଟରାୟ, ଡକ୍ଟର କାର୍ତ୍ତିକ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ. ପ୍ରମୋଦ କୁମାର ଦଳାଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ସଂପାଦକ ବୀରେନ୍ଦ୍ର ମହାନ୍ତି ଉତ୍ସବ ସଂପର୍କରେ ସୂଚନା ଦେଇ ସ୍ୱାଗତ କରିଥିଲେ ଶେଷରେ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନନ୍ତ ପ୍ରଧାନ, ପ୍ରବାସିନୀ ମିଶ୍ର, ମନ୍ଦାକିନୀ ପଟ୍ଟନାୟକ, ଦୟାନିଧି ତ୍ରିପାଠୀ, ଉମାକାନ୍ତ ମହାପାତ୍ର, ହେମାଙ୍ଗିନୀ ମହାନ୍ତି, ମୀରା ମହାନ୍ତି, କୃଷ୍ଣ ଚନ୍ଦ୍ର ରଥ, କମଳ କୁମାର ଦାଶ, ଭାରତୀ ଭୂଷଣ ଦାସ, ମିନତୀ ମିଶ୍ର, ସସ୍ମିତା ମିଶ୍ର, ମିନତୀ ପଟ୍ଟନାୟକ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି, ଆରତୀ ଜେ ଦାସ, ମହେଶ୍ୱର ଜେନା, ସୁବାସିନୀ ଶତପଥି, ପ୍ରବାସିନୀ ମିଶ୍ର, ଯୋଗେଶ୍ୱର ପ୍ରହରାଜ ଉନ୍ମୋଚିତ ପୁସ୍ତକରୁ କବିତା ପାଠ କରିଥିଲେ। ଲେଖିକା ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟ ନିଜ ମନକଥା କହିଥିଲେ। ଡାକ୍ତର ପ୍ରଦ୍ୟୁମ୍ନ କୁମାର ବଡ଼ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *