ଶେରଗଡ ବ୍ଲକ ରେ ସାଂସଦ ପ୍ରାର୍ଥିନୀ ଙ୍କ ରାଲି
ଶେରଗଡ଼ :-୧୪/୦୫ ଆସନ୍ତା ମେ ୨୦ ତାରିଖ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଅଧୀନସ୍ଥ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମତଦାନ ହେବ। ଘରକୁ ଘର ପ୍ରଚାର ଏବଂ ରାଲି ବିଭିନ୍ନ ଦଳ ପକ୍ଷରୁ ଅନୁଷ୍ଠିତ ହେଉଛି। ମଙ୍ଗଳବାର ବିଜେଡି ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁ, ସିନା ତାରକା ସବ୍ୟସାଚୀ ମହାପାତ୍ର ଙ୍କ ସହ ଧର୍ମପତ୍ନୀ ଅର୍ଚ୍ଚିତା ଙ୍କ ସହ ଶେରଗଡ ବ୍ଲକର ଦଳୀୟ ନେତୃବୃନ୍ଦ ଶେରଗଡ ବ୍ଲକ ରେ ଥିବା ସମସ୍ତ ପଞ୍ଚାୟତ ରେ ବିରାଟ ମୋଟର ସାଈକେଲ ରାଲି କରି ପ୍ରଚାର କରିଛନ୍ତି। ଅଲାରିଗଡ ଜଗନ୍ନାଥ ମନ୍ଦିର ରେ ପୂଜାର୍ଚ୍ଚନା କରି ମୋଟର ସାଈକେଲ ରାଲି ରେ ଶତାଧିକ କର୍ମୀ ଙ୍କ ସହ ପ୍ରଚାର କରିଥିଲେ। ଏହି ପ୍ରଚାର ରାଲି ଅଲାରିଗଡ ପଞ୍ଚାୟତ ଠାରୁ ଆରମ୍ଭ କରି କୁରୁଳା,ଠୁରୁବୁରାଈ, ଗୋଠଗାଁ,ଡେଙ୍ଗାପଦର, ଗୋବିନ୍ଦପୁର, ବ୍ରାହ୍ମଣଛାଈ, ତହଁର, ପିତ୍ତଳ, ନରେନ୍ଦ୍ରପୁର, ଧନନ୍ତର,ଧବଳପୁର,କୃଷ୍ଣଛାଈ,ତାକରଡା, ଶେରଗଡ, କୁମାରପାଣି, କରଡାକଣା ରେ ଶ୍ରୀମତି ସାହୁ ନିର୍ବାଚନ ପ୍ରଚାର କରିଥିଲେ। ଶେରଗଡ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସଂଯୋଜନା ରେ ବ୍ଲକ ବିଜେଡି ର ବରିଷ୍ଠ କାର୍ଯ୍ୟକର୍ତା,ଶତାଧିକ କର୍ମୀ ପ୍ରଚାର ରେ ସାମିଲ ହୋଈଥିଲେ। ଆଗାମୀ ଦିନରେ ବିଜେଡି ନିର୍ବାଚନ ପ୍ରଚାର କୁ ଆହୁରି ଜୋରଦାର କରାଯିବ ବୋଲି ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରକାଶ କରିଛନ୍ତି।
