ଗଞ୍ଜାମ ଖଲିକୋଟ ରେ ରାଜନୈତିକ ହିଂସା
ଗଞ୍ଜାମ ଖଲିକୋଟ ରେ ରାଜନୈତିକ ହିଂସା : ପୋଷ୍ଟର ମାରିବା କୁ ନେଇ ଆକ୍ରମଣ, ବିଜେପି ର ଚାରି ଜଣ ଆହତ, ଚିକିତ୍ସାଧୀନ ଅବସ୍ଥା ରେ ଜଣକର ମୃତ୍ଯୁ |
ଶହ ଶହ ବିଜେପି କର୍ମୀ ଙ୍କ ୧୨ ଘଣ୍ଟା ଧରି ରାସ୍ତା ରୋକ ଥାନା ଭିତରେ ବିକ୍ଷୋଭ ପ୍ରଦର୍ଶନ |
ବ୍ରହ୍ମପୁର/ଖଲିକୋଟ :-୧୬/୦୫() ଗତ ସୋମବାର ଦିନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି। କିନ୍ତୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋଉଠି ନା କୋଉଠି ବାଦ ବିବାଦ ଦେଖିବାକୁ ମିଳିଥିଲା।ମତଦାନ ଜାରି ରହିଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ହାତାହାତି ହୋଇ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଥିଲା। ବର୍ତ୍ତମାନ ମଧ୍ୟ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସା ହେଉଥିବା ସୂଚନା ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆଉ ଚାରିଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବୁଧବାର ଦିନ ପୁଣି ଅସାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରର ଖଲିକୋଟ ନିର୍ବାଚନ ମଣ୍ଡଳୀ।

ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ବୁଧବାର ରାତି ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଂଚାୟତ ରେ ପୋଷ୍ଟର ଓ ବ୍ୟାନେର ମାରିବା କୁ କେନ୍ଦ୍ର କରି ବିଜେଡି ଓ ବିଜେପି ଦୁଇ ଯୁବ ଗୋଷ୍ଟି ମଧ୍ୟରେ ମୁଁହା ମୁଁହି ପରିସ୍ଥିତି ଉପୁଜିବା ସହ ଖଣ୍ଡା ରେ ସଂଘ ବଦ୍ଧ ଭାବେ ଆକ୍ରମଣ କରିବା ଫଳରେ ରେ ଶ୍ରୀକୃଷ୍ଣ ସରଣପୁର ପଂଚାୟତ ର ଦିଲୀପ ପାହାନ, ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ଓ ଅଭିମନ୍ୟୁ ପାହାନ ପ୍ରମୁଖଙ୍କୁ ଗୁରୁତର ଅବସ୍ଥାରେ ଆହତ ହେବାପରେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା |ତେବେ ଅବସ୍ଥା ଗୁରୁତର ହେବାରୁ ଦିଲିପ ପାହାନ , ଜିତେନ୍ଦ୍ର ପାହାନ ଓ ବାପୁଜୀ ପାହାନ କୁ ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା |ଅତ୍ୟଧିକ ରକ୍ତ ସ୍ରାବ ହେବା ଫଳରେ ଚିକିତ୍ସାଧିନ ଅବସ୍ଥା ରେ ଦିଲୀପ ର ମୃତ୍ଯୁ ହୋଇଥିବା ବେଳେ, ଜିତେନ୍ଦ୍ର କୁ ଏମ୍ସ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା |ଘଟଣା ଘଟିବାର ପରେପରେ ଖଲିକୋଟ ଥାନା ଆଗରେ ରାତି ତମାମ ଧାରଣା ଦେବା ସହ ଥାନା ଭିତରେ ପଶି ହମଲା କରିଥିଲେ। ଦୀର୍ଘ ସମୟ ଧରି ଥାନା ରେ ବିଜେପି କର୍ମୀ ମାନେ ଆନ୍ଦୋଳନ ଚଳାଇ ହତ୍ୟା ମାମଲାରେ ଜଡିତ ଆସାମୀ ଓ ନେତା ମାନଙ୍କୁ ଗିରଫ କରିବା ସହ କେତେକ ପୋଲିସ କର୍ମଚାରୀ ମାନେ ଘଟଣା ସହ ସମ୍ପୃକ୍ତ ଥିବା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ସାଂସଦ ପାର୍ଥୀନୀ ଅନିତା ଶୁଭଦର୍ଶନୀ,ବିଧାୟକ ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ଅନିଲ ପଣ୍ଡା, ମହେଶ ମହାନ୍ତି ଶଙ୍କର ପ୍ରସାଦ ନାହାକ ଯଜ୍ଞ ନାରାୟଣ ଦାଶ ପ୍ରମୁଖ ଦାବି କରିଥିଲେ |ଗଞ୍ଜାମ ଏସ ପି ଜଗମୋହନ ମିନା ଥାନା ପରିସର ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ମୃତ ଦିଲୀପ ଙ୍କ ପିତା ରାମ ପାହାନ ଙ୍କ ଏତଲା କୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର ୪୧୪ /୨୦୨୪ ରେ ମାମଲା ରୁଜ୍ଜୁ କରି ବନମାଳୀ ପ୍ରଧାନ, କୁମାର ତରାଇ, ସମୀର ସାହୁ, ସୁଶାନ୍ତ ପ୍ରଧାନ, ମନୁ ତରାଇ, କନ୍ଧ ତରାଇ, ମନୋଜ କୁମାର ପ୍ରଧାନ ଓ ଦିପକ କୁମାର ନାହାକ ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ ଭ୍ୟାନ ରେ କୋର୍ଟ କୁ ପଠାଉଥିବା ବେଳେ ଉତ୍ୟକ୍ତ ଲୋକମାନେ ଉକ୍ତ ଗାଡି ଉପରକୁ ପାଣି ବୋତଲ ପଥର ମାଡ଼ କରିଥିଲେ |ଫଳରେ କିଛି ଲୋକ ଙ୍କ ମୁଣ୍ଡ ଫାଟିଥିବା ବେଳେ ବହୁ ବାଇକ ଓ କାର ଜଖମ ହୋଇଥିଲା |ତେବେ ପୋଲିସ ଥାନା ପରିସର ରୁ ଉତ୍ୟକ୍ତ ବିଜେପି କର୍ମୀ କୁ ହଟାଇବା ପାଇଁ ଲାଠି ଚାଳନା ମଧ୍ୟ କରିଥିଲା |ଏପରିକି ଥାନା ଚାରିପଟେ ୧୪୪ ଧାରା ଜାରୀ କରିଥିବା ପ୍ରକାଶ | ତେବେ ଘଟଣା ର ମୁଖ୍ୟ ଆସାମୀ ଓ ନେତା ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁନଥିବା ବିଜେପି ନେତା ମାନେ ଅଭିଯୋଗ କରି ପୋଲିସ ସରକାରୀ ଦଳ ର ଚମଚା ସାଜି ହତ୍ୟା କାରି ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିବା ସହ ଘଟଣା ଘଟିବ| ପୂର୍ବରୁ ଆକ୍ରମଣ କାରି ମାନେ ଧମକ ଦେଇଥିବା ପୋଲିସ ଏତଲାରେ ପ୍ରଦାନ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଏତେଲା ରଖି ନଥିବା ଗଣମାଧ୍ୟମ କୁ ସୂଚନା ଦେଇ ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି |ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଜିଲ୍ଲପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ଏକ ବାର୍ତା ଦେଇ ପ୍ରାକ ନିର୍ବାଚନୀ ହିଂସା କୁ ପ୍ରତିହତ କରି ଆବଶ୍ୟକ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଶୂନ ସହନଶୀଳତା ଗୁରୁତ୍ୱ ଦେଇ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି |
