ସୋରଡ଼ା ବିଧାନସଭା ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଲେ ଅମିତ ଶାହା

ଗଞ୍ଜାମ ଜିଲ୍ଲା ର ଆସିକା ଲୋକସଭା ଅଧୀନରେ ଥିବା ସୋରଡ଼ା ବିଧାନସଭା ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଲେ ବିଜେପି ର ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା | ଶାହା ଏହି ସମାବେଶ ରେ ଦଳୀୟ ଆସିକା ଲୋକ ସଭା ପାର୍ଥୀନୀ ଅନିତା ସୁଭଦର୍ଶିନୀ ଓ ସୋରଡ଼ା ବିଧାନସଭା ପାର୍ଥୀ ନୀଳମଣି ବିଷୋୟୀ ଙ୍କ ପାଇଁ ପ୍ରଚାର କରିବା ସହ କେନ୍ଦ୍ର ସରକାର ଙ୍କ ବହୁ ଜାନାଭିମୁଖି ଯୋଜନା ଗୁଡିକୁ ଲୋକ ଲୋଚନ କୁ ଆଣିବା ସହ କେନ୍ଦ୍ର ଯୋଜନା ଗୁଡିକ କିପରି ରାଜ୍ୟ ସରକାର ଲୋକଙ୍କ ପାଖରେ ପାଖରେ ପହଂଚିବାରେ ବାଧକ ହେଉଛନ୍ତି ତତସହ କେନ୍ଦ୍ର ଯୋଜନା ର ନାମ କରଣ କରି ନିଜର ମିଛ ପ୍ରଚାର କରୁଛନ୍ତି ତାହା ଜନ ସାଧାରଣ କୁ କହିବା ସହ ଆଗାମୀ ସରକାର ବିଜେପି କରିବାର ଧମ୍ଭୋକ୍ତି ମଧ୍ୟ ଦେଇଥିଲେ |

ଯାହା କାର୍ଯ୍ୟକର୍ତ୍ତା ଙ୍କ ମନ ବଳ କୁ ସୁଦୃଢ କରିଥିଲା | ଆଗାମୀ ଆସିକା ଲୋକ ସଭା ସହ ସୋରଡ଼ା ବିଧାନସଭା ରେ ବିଜେପି ବିଜେଡି ର ବିଜୟ ଧାରାରେ ବ୍ରେକ ଲଗାଇ ବିଜୟ ହାସଲ କରିବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି |ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *