ଛାତ୍ରୀ ପାୟଲ ପ୍ରଧାନ 96% ରଖି ସିବିଏସ ଇ ପରୀକ୍ଷା ରେ ଟପର ହୋଇଛନ୍ତି
ବାଲୁଗାଁ /କେନ୍ଦ୍ରୀୟ ମଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବାଲୁଗାଁ ର ପାସ ହାର ପଞ୍ଚାନବେ ପ୍ରତି ସତ (95%)ହୋଇଥିବା ବେଳେ l ପାୟଲ ପ୍ରଧାନ 96% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l

ଦିବ୍ୟାଙ୍କ ସାମନ୍ତରାୟ 93.6% ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l

ଅତୁଲ୍ୟ ବଳିୟାରସିଂହ 93.2% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସୁମିତ ଅଧିକାରୀ 93%, ଅମ୍ଲାନ ଗୌରବ ଜେନା 90.2%, ଶ୍ରେୟ ମଣ୍ଡଳ 90.2% ମାର୍କ ରଖିଥିବାର ଶିକ୍ଷା ଅନୁଷ୍ଠାନ ତରଫରୁ ସୂଚନା ମିଳିଛି l ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମାନେ ପରୀକ୍ଷା ଫଳା ଫଳ କୁ ନେଇ ଖୁସି ଥିବାର ଗଣ ମାଧ୍ୟମ ଆଗରେ ପରି ପ୍ରକାଶ କରିଛନ୍ତି l ଏହି ଛାତ୍ର ଛାତ୍ରୀ ମାନେ ବାଲୁଗାଁ ଅଂଚଳର ଗୌରବ ବଢାଇବା ସହିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସୁନାମ ଅର୍ଜନ କରିଛନ୍ତି l
