ପବିତ୍ର ଅକ୍ଷୟ ତୃତୀୟା ଠାରୁ ମାଆ ଶାରଳା ଙ୍କ ଚନ୍ଦନ ଯାତ୍ରା
। ପବିତ୍ର ଅକ୍ଷୟ ତୃତୀୟା ଠାରୁ 21 ଦିନ ବ୍ୟାପି ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପ୍ରତିଦିନ ମହା ଆଡମ୍ବରରେ ମାଆ ଙ୍କର ଏହି ଚନ୍ଦନ ଯାତ୍ରା ପାଳନ କରାଯାଇଛି । ଭିଓ 1 – ପବିତ୍ର ଅକ୍ଷୟ ତୃତୀୟା ଠାରୁ 21 ଦିନ ବ୍ୟାପି ମା ଶାରଳାଙ୍କ ନିକଟରେ ଚନ୍ଦନ ଯାତ୍ରା ପାଳନ ହୋଇ ଥାଏ ।ପ୍ରତିଦିନ ମହା ଆଡମ୍ବରରେ ମାଙ୍କ ଏହି ଚନ୍ଦନ ଯାତ୍ରା ପାଳନ ହୋଉଛି । ସକାଳୁ ମାଙ୍କ ପୂଜା ନୀତି ସମ୍ପନ୍ନ ହେବା ପରେ ମାଙ୍କୁ ଚନ୍ଦନ ଲାଗି କରାଯାଏ । ପରେ ମାଆ ଙ୍କର ଚଳନ୍ତି ପ୍ରତିମାକୁ ଏକ ସୁସଜିତ ବିମାନରେ ଚନ୍ଦନ ପୁଷ୍କରିଣୀ ନିକଟକୁ ନିଆଯାଏ । ସେହିଠାରେ ଏକ ସୁସଜିତ ନୌକା ରେ ମାଆଙ୍କୁ ନୌକା ବିହାର କରାଯିବା ସହିତ ଜଳ କ୍ରୀଡା ଅନୁଷ୍ଠିତ ହୋଇ ଯାଇଛି । 21 ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା ଚନ୍ଦନ ପୋଖରୀ ରେ ଚାପ ଖେଳିବା ସହିତ ପ୍ରତ୍ୟେକ ଦିନ ଦିନରେ ଓ ସନ୍ଧ୍ୟାରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । କୋଉ ଆବାହନ ଯୁଗରୁ ମାଆ ଙ୍କର ଏହି ଚନ୍ଦନ ଯାତ୍ରା ମହାଆଡ଼ମ୍ବର ସହିତ ଅନୁଷ୍ଠିତ ହେଉଥିବା ରୁ ଭକ୍ତ ମାନେ ବେଶ ଖୁସି ଥିବା ଦେଖାଯାଇଛି । ଏହି ସମୟରେ ମାଆ ଙ୍କର ଚଳନ୍ତି ପ୍ରତିମା ବାହାରକୁ ଆସୁଥିବା ରୁ ମାଆ ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଦର୍ଶନ ପାଇଁ ଆସିଥାନ୍ତି । ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ମନସ୍କାମନା ପୁର୍ଣ୍ଣ ହୋଇ ଥାଏ ବୋଲି ବିଶ୍ଵାସ ରହିଛି । – ତେବେ ଚଳିତ ବର୍ଷ ମାନଙ୍କର ଏହି ଚନ୍ଦନ ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହେଉଥିବାରୁ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
