ଉମା ସାମନ୍ତରାୟ ଙ୍କ ବ୍ରହ୍ମଗିରି ରେ ସେବା କରିବା ପାଇଁ ଭୋଟ ଭିକ୍ଷା

-ଉମା ସାମନ୍ତରାୟ ଙ୍କ ବ୍ରହ୍ମଗିରି ରେ ସେବା କରିବା ପାଇଁ ଭୋଟ ଭିକ୍ଷା|ଆଜି ବିଜୁ ଜନତା ଦଳର ମାର୍ଗ ଦର୍ଶିକ ଭିକେ ପାଣ୍ଡିଆନ ଆସି ପ୍ରଥମେ ପୁରୀ ଲୋକ ସଭା କ୍ଷେତ୍ର କୃଷ୍ଣପ୍ରସାଦ ବ୍ଲକ ର ପଣାପଡିଆ ପରେ ବ୍ରହ୍ମଗିରି ବ୍ଲକ କେରାଣ୍ଡିଆ ପଡିଆ ରେ ଆନୁଷ୍ଟିତ ନିର୍ବାଚନ ସଭା ରେ ଯୋଗ ଦେଇଥିଲେ । ସେ ଲୋକସଭା ପ୍ରାଥୀ ଅରୁପୁ ପଟ୍ଟନାୟକ ଓ ବିଧାନସଭା ପାର୍ଥ ଉମାକାନ୍ତ ସାମନ୍ତରାୟ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପ୍ରଥମେ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ସଭାକୁ ସମ୍ବୋଧନା ଦେଇ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋତେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ପଠାଇଛନ୍ତି ।

ମୁଁ ନେତା ହେବାପାଇଁ ଆସିନାହିଁ ଆପଣଙ୍କୁ କାନି ପତେଇ ଭିକ୍ଷା ମାଗୁଛି ମୋତେ ଆଶ୍ରିପାଦ କରନ୍ତୁ ମୁଁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ସେବକ ଭାବରେ କାମ କରିବି । ସେହିପରି ଲୋକ ସଭା ପ୍ରାଥୀ ଅରୁପୁ ପଟ୍ଟନାୟକ କହିଛନ୍ତି ଜୁନ ମାସ ୯ ତାରିଖ ପରେ ଓଡ଼ିଶାର ମା ମାନଙ୍କ ପାଇଁ ଘର ଘରକୁ ଲକ୍ଷ୍ମୀ ଆସୁଛନ୍ତି । ଶେଷରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଭାକୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ବିଜେପିର ଯେଉଁ ନେତା ଦିଲ୍ଲୀରୁ ଆସୁଛନ୍ତି ସେମାନେ ବହୁତ ମିଛ କହୁଛନ୍ତି । କାରଣ ଓଡ଼ିଶା ପାଇଁ ତାଙ୍କର କୌଣସି ଅବଦାନ ନାହିଁ ସେମାନେ ଲୋକମାନ ଙ୍କୁ ଭୁଆଁ ବୁଲାଉଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପ୍ରର୍ୟ୍ଯନ୍ତ ଯେତେସବୁ ଯୋଜନା ଆମ ପ୍ରାୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ କରିଛନ୍ତି । ଜଗନ୍ନାଥ ମନ୍ଦିର ଚର୍ତ୍ତୃପାସ ରୂପାନ୍ତରିତ କରିବା ,ଅଲାରନାଥ ଙ୍କ ମନ୍ଦିର, ବାଲିହରଚଣ୍ଡି, କମଳେଶ୍ୱର ମନ୍ଦିର ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପ ପାଇଁ ଟଙ୍କା ଟିଏ ଅନୁଦାନ ନାହିଁ ।

Leave a Reply

Your email address will not be published. Required fields are marked *