ବିଜେଡିର ମିଶ୍ରଣ ପର୍ବ, ଅନ୍ୟ ଦଳ ଛାଡ଼ି ବିଜେଡି ମିଶିଲେ ନେତା ଓ ଶତାଧିକ କର୍ମୀ
**ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏବେ ଦଳୀୟ ବୈଠକ ଓ ମିଶ୍ରଣ ପର୍ବ ଚାଲୁ ରହିଛି l ଏହି ଅବସରରେ କୋରେଇ ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ନିର୍ବାଚନ ପ୍ରଚାର ରଥର ମଙ୍ଗ ଧରିଥିବା ବରିଷ୍ଠ ବିଜେଡି ନେତା ଶ୍ରୀ ଭବପ୍ରସାଦ ଦାସଙ୍କ ସଭାପତିତ୍ୱରେ ଯଯାତି ହୋଟେଲ ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲା ମହିଳା ସଭାପତି ତଥା ବ୍ୟାସନଗର ପୈାରାଅଂଚଳ ପୂର୍ବତନ ଅଧ୍ୟାକ୍ଷା ଶ୍ରୀମତୀ ସବିତା ରାଉତଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଣ୍ଡରା ପଂଚାୟତର ଶତାଧିକ ଅନ୍ୟଦଳର କାର୍ଯ୍ୟ କର୍ତ୍ତା ଓ ବ୍ୟାସନଗର ପୈାରାଅଂଚଳ ଜଣେ ଜଣାଶୁଣା ପରିଚିତ ଅନ୍ୟ ଦଳର ନେତା ଶ୍ରୀ ଅଜୟ କୁମାର ପଣ୍ଡା ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଧାରାରେ ପ୍ରଭାବିତ ହୋଇ ବିଜେଡିର ଏହି ମିଶ୍ରଣ ପର୍ବରେ ସାମିଲ ହେବା ସହ ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କୁ ଜିତାଇବା ପାଇଁ କଥା ଦେଇଛନ୍ତି l

ବିଜେଡି ପ୍ରାର୍ଥୀନୀଙ୍କୁ କିପରି ବିଜୟ କରାଯିବ ସେ ବିଷୟରେ ଶ୍ରୀ ଅଜୟ ତାଙ୍କ ସମର୍ଥକ ମାନଙ୍କ ସହ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାସନଗର ପୈାରାଅଂଚଳ ଉପନଗରପାଳ ସୁବାସ ଚନ୍ଦ୍ର ବଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ଟାଣୁଆ ନେତା ଆଲେକଜାଣ୍ଡାର ଦାସ ପ୍ରମୁଖଙ୍କ ସମେତ ବିଜେଡି ଦଳର ବହୁ ସଂଖ୍ୟକ୍ ଆଗଧାଡିର ନେତା ମାନେ ଉପସ୍ଥିତ ଥିଲେ
