ଓକିଲ ମାନଙ୍କ ସ୍ୱାଗତ କାର୍ଯ୍ୟକ୍ରମ
*ଆଜି ରାଜ୍ୟ ଆଇନଜୀବି ପରିଷଦର କାର୍ଯ୍ୟାଳୟରେ ନୂତନ ଭାବେ ଆଇନଜୀବି ଭାବେ ଯୋଗଦେଇଥିବା ଓକିଲ ମାନଙ୍କ ସ୍ୱାଗତ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଅତିଥି ବରିଷ୍ଠ ଆଇନଜୀବୀ ତଥା ଓଡିଶା ହାଇକୋର୍ଟର ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର, ଆଇନଜୀବି ପରିଷଦର ଅଧ୍ୟକ୍ଷ ସିତାଂସୁ ମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବକୁମାର ମହାନ୍ତି, ପରିଷଦର ସଦସ୍ୟ ସଞ୍ଜିତ ପାଣିଗ୍ରାହୀ, ପି. ରମେଶ ପାତ୍ର, ନୂସିଂହ ଚରଣ ନାୟକ, ଦିନେସ ଚନ୍ଦ୍ର ରାୟ, ଅକ୍ଷୟ କୁମାର ପତି, ଗିରିଜା ଶଙ୍କର ମିଶ୍ର, ତପନ କୁମାର ବିଶ୍ବାଳ, ଲକ୍ଷ୍ମୀ ନାରାୟଣ ପଟେଲ, ବିଭୁପ୍ରସାଦ ଦାସ ଙ୍କ ସହ ଅନ୍ୟାନ୍ୟ ସହଯୋଗୀ ଯୋଗଦେଇ ନୂତନ ଭାବେ ଆଇନଜୀବି ପେସାରେ ଯୋଗଦେଇଥିବା ଓକିଲ ମାନଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲେ |

ଏହା ସହ ଓଡ଼ିଶାର ବିଭିନ୍ନ ବାରଆସୋସିଏସନ ର 160 ଜଣ ସଦସ୍ୟଙ୍କ ଆବେଦନ କରିଥିବା ଚିକିତ୍ସା ସହାୟତା କୁ ୱେଲଫର କମିଟି ବିଚାର ବିର୍ମସ କରି ନିର୍ଦ୍ଧାରଣ କରି ପାରିତ କରାଗଲା, ଏହା ପରେ କାହାକୁ କେତେ ଟଙ୍କା ମିଳିବ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରେରିତ କରାଯିବ ବୋଲି କମିଟିରେ ନିଷ୍ପତ୍ତି ହେଲା*
