କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ
କାକଟପୁର ବ୍ଲକ ଅବଦାନ ପଞ୍ଚାୟତରେ ରବିବାର ମଧ୍ୟାହ୍ନରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ଓ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ବିପିନ୍ ବିହାରୀ ମହାନ୍ତି ଯୋଗଦେଇ ବିଗତ ପଞ୍ଚୟତ ନିର୍ବାଚନ ସମୟରେ କଂଗ୍ରେସରେ ହୋଇଥିବା ଗୋଷ୍ଠୀ କନ୍ଦଳ ଓ ସାଂଗଠନିକ ଦାୟିତ୍ଵ ଉପରେ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀନାରାୟଣ ଜେନାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ଵ ପ୍ରଦାନ କରିଥିଲେ ବିଧାୟକ ପ୍ରାର୍ଥୀ ବିଶ୍ୱ ଦାସ।

ବରିଷ୍ଠ ଶିକ୍ଷାବିତ୍ ହରେକୃଷ୍ଣ ମହାନ୍ତିଙ୍କୁ ପଂଚାୟତ କଂଗ୍ରେସ ସଭାପତି ଭାବେ ମନୋନୀତ କରଯାଇଥିଲା। ଏନେଇ ଉପସ୍ଥିତ କର୍ମୀଙ୍କ ଗହଣରେ ବିଶ୍ୱ ଦାସ ଘୋଷଣାନାମା ପଢ଼ିଥିଲେ। ଦ୍ଵନ୍ଦ ଓ ଅସନ୍ତୋଷ ସବୁ ପଛରେ ପକାଇ କଂଗ୍ରେସକୁ ନିର୍ବାଚନରେ ଜିତାଇ ବିଶ୍ଵ ଭୂଷଣ ଦାସଙ୍କୁ ବିଧାୟକ କରିବା ପାଇଁ ସଂକଳ୍ପ ନେଇଥିଲେ ସମସ୍ତ କର୍ମୀ।
