ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର କୁଜଙ୍ଗ ଠାରେ ବିଜେଡି ପକ୍ଷରୁ ନିର୍ବାଚନୀ ସଭା
– ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର କୁଜଙ୍ଗ ଠାରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି ।
ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲୀକ ଓ ବିଜେଡି ସଂଯୋଜକ ଚିରଞ୍ଜୀବ ବିଶ୍ୱାଳ, ପାରାଦ୍ୱୀପ ବିଧାୟକ ସମ୍ବିଦ ରାଉତରାୟ, ବାପି ସେର୍ଖେଲ, ମୋନୀଦିପା ସେର୍ଖେଲ ପ୍ରମୁଖ ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ କୁଜଙ୍ଗ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଭିକ୍ଷା କରିଥିଲେ ।
