ପୁରୀ ଜିଲ୍ଲାରେ ୧୮ ରୁ ୧୯ ବର୍ଷ ବୟସର ୩୦୯୫୭ ନୂଆ ଭୋଟର

ପୁରୀ ଜିଲ୍ଲାରେ ୧୮ ରୁ ୧୯ ବର୍ଷ ବୟସର ୩୦୯୫୭ ନୂଆ ଭୋଟର ଜିଲ୍ଲାରେ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ୫୭୭ ଭୋଟରପୁରୀ ୨୦/୫ ମତଦାନ ଆମ ସାମ୍ବିଧାନିକ ଅଧିକାର।ସେଥିପାଇଁ କୁହାଯାଏ ମତଦାନ ଗଣତନ୍ତ୍ର ର ମହାପର୍ବ।ଏହି ମହାପର୍ବ ରେ ପ୍ରଥମ ଥର ସାମିଲ ହୋଇଥିବା ଯୁବ ଭୋଟର ମାନେ ମତଦାନ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି।ପୁରୀ ଜିଲ୍ଲାରେ ୧୮ ରୁ ୧୯ ବର୍ଷ ବୟସର ୩୦୯୫୭ ଭୋଟର ରହିଛନ୍ତି ଯେଉଁମାନେ କି ପ୍ରଥମ ଥର ସେମାନ ଙ୍କ ମତାଧିକାର ସାବ୍ୟସ୍ତ କରିବେ।ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୧୬୯୮୨ ଥିବା ବେଳେ ମହିଳା ଭୋଟର ଙ୍କ ସଂଖ୍ୟା ୧୩୯୭୧ ଓ ଅନ୍ୟାନ୍ୟ ଭୋଟର ଙ୍କ ସଂଖ୍ୟା ୪ ଅଟେ। ସେହିପରି ୨୦ ରୁ ୨୯ ବର୍ଷ ବୟସ ର ୨୬୧୩୫୮ ଭୋଟର ଥିବା ବେଳେ ୩୦ ରୁ ୩୯ ବର୍ଷ ବୟସ ର ୨୯୧୬୭୯ ଭୋଟର ଅଛନ୍ତି।୪୦ ରୁ ୪୯ ବର୍ଷ ବୟସର ୩୧୬୮୬୭ ଭୋଟର,୫୦ ରୁ ୫୯ ବର୍ଷ ବୟସର ୨୨୮୮୫୩ ଭୋଟର,୬୦ ରୁ ୬୯ ବର୍ଷ ବୟସ ର ୧୫୬୧୯୮ ଭୋଟର,୭୦ ରୁ ୭୯ ବର୍ଷ ବୟସର ୮୫୮୮୬ ଭୋଟର,୮୦ ରୁ ୮୯ ବର୍ଷ ବୟସର ୩୩୬୮୧ ଭୋଟର,୯୦ ରୁ ୯୯ ବର୍ଷ ବୟସର ୭୪୫୬ ଭୋଟର,୧୦୦ ରୁ ୧୦୯ ବର୍ଷ ବୟସର ୫୨୧ ଜଣ ଭୋଟର,୧୧୦ ରୁ ୧୧୯ ବର୍ଷ ବୟସର ୫୩ ଜଣ ଓ ୧୨୦ ବର୍ଷ ବୟସରୁ ଉର୍ଦ୍ଧ୍ବ ୩ ଜଣ ଭୋଟର ରହିଛନ୍ତି।ସୂଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ମୋଟ ଭୋଟର ଙ୍କ ସଂଖ୍ୟା ୧୪,୧୩,୫୧୨ ଥିବା ବେଳେ ସେଥିରେ ପୁରୁଷ ଭୋଟର ଙ୍କ ସଂଖ୍ୟା ୭୨୫୭୮୪, ମହିଳା ଭୋଟର ଙ୍କ ସଂଖ୍ୟା ୬୮୭୬୪୩ ଓ ଅନ୍ୟାନ୍ୟ ଭୋଟର ଙ୍କ ସଂଖ୍ୟା ୮୫ ଅଟେ।୧୫୯୮ ଟି ବୁଥ ରେ ଏହି ଭୋଟର ମାନେ ମତାଧିକାର ସାବ୍ୟସ୍ତ କରିବେ।ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ମାସ ୨୫ ତାରିଖରେ , କାକଟପୁର ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ମାସ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ।ସମସ୍ତ ମତଦାତା ମାନେ ନିଜ ନିଜ ବୁଥ ରେ ନିଶ୍ଚୟ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *