କୋରେଇ ବିଜେପିରେ ମିଶିଲେ କଂଗ୍ରେସ ର ସାଧାରଣ ସମ୍ପାଦକ

*କୋରେଇ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥୁବା ବିଜେପି ପ୍ରାର୍ଥୀ ଶ୍ରୀ ଆକାଶ ଦାସନାୟକ ଏବେ କେନ୍ଦ୍ରୀୟ ନେତାଙ୍କ ଜରିଆରେ ବିଜେପି ସପକ୍ଷରେ ଭୋଟର ଜନତା ଜନାର୍ଦ୍ଦନ ମାନଙ୍କୁ ନିଜ ସପକ୍ଷରେ ଆଣିବା କ୍ଷେତ୍ରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମକୁ ଜୋରଦାର କରୁଛନ୍ତି l ଏହି କ୍ରମରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୈାରାଅଂଚଳ ସହର ସ୍ଥିତ ଚୋରଦା କାଳୀ ମେଳଣ ପଡ଼ିଆସ୍ଥିତ କ୍ରିଷ୍ଣା ଗାର୍ଡେନରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାହୁଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତା ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି l ଶ୍ରୀ ସାହୁଙ୍କ ସମେତ ଯୁବ କଂଗ୍ରେସ କାର୍ଯ୍ୟକର୍ତା ଉତ୍ସବ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରି ଷ୍ଟେସନ ବଜାର, ଗୋପବନ୍ଧୁ ଛକ, ମୁଖ୍ୟ ବଜାର, ଚୋରଦା ବାଇପାସ୍‌ ଛକ ଓ ନହକା ବାଇପାସ ଛକ ଦେଇ କ୍ରିଷ୍ଣା ଗାର୍ଡେନରେ ପହଂଚିଥିଲେ l ତେବେ ନିର୍ବାଚନ ଭୋଟ ସମୟ କହିବ ଏହି ନିର୍ବାଚନ ମଣ୍ଡଳୀରେ ଜନସାଧାରଣ କାହାକୁ ଏହି ବିଧାନସଭା ଆସନ ଗାଦିରେ ବିଜୟୀ ମୁକୁଟ ପିନ୍ଧାଇ ବସାଇବେ ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *