ବାଣୀ କଲ୍ୟାଣ ମହାନ୍ତି ଙ୍କ ମାରାଥନ୍ ନିର୍ବାଚନୀ ପ୍ରଚାର
– ନିର୍ବାଚନ ଯେତେ ପାଖେଇ ଆସୁଛି ବାଣୀ କଲ୍ୟାଣ ମହାନ୍ତି ଙ୍କ ଲୋକ ପ୍ରାୟତା ବଢିବାରେ ଲାଗିଛି। ବାଣୀ କଲ୍ୟାଣ ମହାନ୍ତି ବିଭିନ୍ନ ସଭାସମିତି ମାଧ୍ୟମରେ ନିଜ ଦଳ ପାଇଁ ପ୍ରଚାର ଯୋର୍ ଦାର୍ କରିବାରେ ଲାଗିଛନ୍ତି।ଏହି ମାରାଥନ୍ ନିର୍ବାଚନୀ ପ୍ରଚାର ଦେଖି ବିରୋଧୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୋଟର ମାନେ ସ୍ବତଃ ପ୍ରବୃତ୍ତ ଭାବରେ ବିଜେପି ଦଳ ପ୍ରତି ଆକୃଷ୍ଟ ହୋଇଥିବା ଦେଖାଯାଉଛି।ଏଥର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ପରିବର୍ତ୍ତନ ର ସଙ୍କଳ୍ପ ନେଇ ସ୍ବତଃ ପ୍ରବୃତ୍ତ ଭାବରେ ଭୋଟର ମାନେ ବାଣୀ କଲ୍ୟାଣ ମହାନ୍ତି ଙ୍କ ସହିତ ହାତ ମିଳାଇ ହାତ ମୁଠାକୁ ଟାଣ କରିବା ପାଇଁ ବ୍ରଜ ଶପଥ ନେଇଛନ୍ତି।ଏହି ମାରାଥନ୍ ନିର୍ବାଚନୀ ପ୍ରଚାର ସଭା ରେ ବାଣୀ କଲ୍ୟାଣ ମହାନ୍ତି ସହିତ ନିର୍ବାଚନୀ ସଭା ରେ ଯୋଗଦେଇ ମଧ୍ୟପ୍ରଦେଶର ଗ୍ବାଲିୟର ପୂର୍ବତନ ମନ୍ତ୍ରୀ ଓ ସାଂସଦ ପ୍ରାର୍ଥୀ ଭରତ ସିଂ ଖୁସୁଆ ଓ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ । ଓଡ଼ିଶା ରେ ବିଜେପି ସରକାର ଗଢିବି ପାଇଁ ଭୋଟର ମାନଙ୍କୁ ମୋଦିଜୀଙ୍କ ଉନ୍ନତିମୂଳକ ଯୋଜନା ବିଷୟରେ ଅବଗତ କରିଥିଲେ। ଏହି କ୍ରମରେ ବିଜେପି ର ଭୋଟ ବଢାଇବାକୁ ଏବଂ ଭୋଟର ମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସଭାସମିତି ମାଧ୍ୟମରେ ଭାରତ ସରକାର ଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କୁ ବଖାଣିଥିଲେ।
