ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣଇଭିଏମ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର-ତା.୨୦.୦୫.୨୦୨୪- ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଆଜି ଚୁଡାନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଇଟିଇଆର କଲେଜରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯାରି ରହିଛି । ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ପରାମର୍ଶ ଅନୁଯାୟୀ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି

ମାଷ୍ଟର ଟ୍ରେନର ମାନେ ପ୍ରିଜାଇଡିଂ ଓ ସମସ୍ତ ପୁଲିଂ ଅଫିସର ମାନଙ୍କର ଦାୟିତ୍ୱ ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ । ପୂର୍ବ ପ୍ରଶିକ୍ଷଣରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ ପାଇଁ ଉଦ୍ଦିଷ୍ଟ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡ ବୁକ ପୂର୍ବରୁ ପ୍ରଦାନ କରାଯାଇଛି ଓ ଏହାକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସେ ସବୁର ଆଲୋଚନା ସହ ଯାହାର କୌଣସି ସନ୍ଦେହ ବା ସଂଶୟ ଥିଲା ତାହାକୁ ସମାଧାନ କରାଯାଇଥିଲା । ସେହିଭଳି ଇଭିଏମ ପରିଚାଳନା କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଇଭିଏମ ପରିଚାଳନାର ବ୍ୟବହାରିକ କୌଶଳ ଉପରେ ମଧ୍ୟ ମାଷ୍ଟର ଟ୍ରେନର ମାନେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ର ମହିଳା ପରିଚାଳିତ ତଥା ସଖୀ ବୁଥ ହୋଇଥିବାରୁ ମହିଳା ଅଧିକାରୀ ମାନଙ୍କୁ ବୁଥ ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ନୀୟମ ଅନୁଯାୟୀ ଉପରିସ୍ଥ ଅଧିକାରୀ ମାନଙ୍କ ସହାୟତା ନେବାକୁ ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯାଇଛି । ନିର୍ବାଚନ ଏକ ସାମୁହିକ କାର୍ଯ୍ୟ ହୋଇଥିବାରୁ ଟିମ ଗଠନ ହେବା ପରେ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନେ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବା ଆବଶ୍ୟକ । ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି । ଏହାରି ଆଧାରରେ ସମନ୍ୱୟର ସହ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ବରିଷ୍ଠ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ।ଅପରପକ୍ଷରେ ନିର୍ବାଚନ ଦାୟିତ୍ୱରେ ଥିବା ଜିଲ୍ଲାର ଅଧିକାରୀ ମାନେ ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିଛନ୍ତି । ଯେଉଁମାନେ ଭୋଟ ଦେବା ପାଇଁ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କୁ ମତଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *