ବିଶାଳ ଛାତ୍ର ସମାବେଶ, ବିକାଶ ପଥେ ନୂଆ କୋରେଇ
*…* କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ବିପୁଳ ପରିମାଣର ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ବିଜୁ ଜନତା ଦଳର ଛାତ୍ର ସଂଗଠନ ପକ୍ଷରୁ ବ୍ୟାସନଗର ପୈାରାଅଂଚଳ ସହର ଅନ୍ତର୍ଗତ ଚୋରଦା ଗ୍ରାମର କାଳୀ ମେଲଣ ପଡିଆ ଠାରେ ଏକ ବିଶାଳ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ବ୍ୟାସନଗର ପୈାରାଅଂଚଳର ସର୍ବାଙ୍ଗୀନ ଉନ୍ନତି ଓ କୋରେଇର ବିକାଶ ଧାରାକୁ ବହୁ ଆଗକୁ ବଢ଼ିବା ଲାଗି ପ୍ରତିଶ୍ରୁତି ଦେଇଥିଲେ l ପରେ ପରେ ମୁଖ୍ୟମନ୍ତ୍ରୀ ଓ ମୁଁ ଅଂଚଳର ବିକାଶ ଧାରାକୁ ବହୁତ ଆଗକୁ ନେବାକୁ କମିଟ୍ ମେଣ୍ଟ କରିଥିଲେ । ହଜାର ହଜାର ସମର୍ଥକଙ୍କ ଗହଣରେ ବବି ଲୋକସଭା ଆସନର ବିଜେଡି ପ୍ରାର୍ଥୀନୀ ଓ କୋରେଇ ବିଧାନସଭା ଆସନର ପ୍ରାର୍ଥନୀ ସନ୍ଧ୍ୟାରାଣୀ ଦାସଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ପାଇଁ ଭୋଟ ମାଗିଥିଲେ l

ଛାତ୍ର ସଂଗଠନ ପକ୍ଷରୁ ଯାଜପୁର ରୋଡ଼ ସହରରେ ମେଗା ରୋଡ ଶୋରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏହି ଅବସରରେ ବ୍ୟାସନଗର ପୈାରାଅଂଚଳ ରାଜରାସ୍ତା ପାଲଟିଥିଲା ଜନ ସମୁଦ୍ର lଏହି ରୋଡ ଶୋ ବେଳେ ମୁଖ୍ୟ ଅତିଥି ସମ୍ମାନୀତ ସନ୍ଧ୍ୟାରାଣୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା l
