ବିଜେପିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ
. ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଧରାଧରପୁର ଗ୍ରାମ ପଞ୍ଚାୟତ ର ସଭାପତି ଅଶୋକ ମହାରଣା ଙ୍କ ନେତୃତ୍ଵରେ ମା କୁତାମଚଣ୍ଡୀ ପିଠରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି କର୍ମୀ ସମ୍ମିଳନୀ ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ଯୋଗଦେଇ ଭୋଟ ଭିକ୍ଷା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ସରକାର ପରିବର୍ତ୍ତନ କରିବା ପାଇଁ ଉପଯୁକ୍ତ ସମୟ ଆସିଛି ବୋଲି ପଞ୍ଚାୟତ ବାସୀଙ୍କୁ ନିବେଦନ କରିଥିଲେ.ନିର୍ବାଚନ ତାରିଖ ପାଖେଇ ଆସିଥିବା ରୁ ପ୍ରଚାର କୁ ଜୋରଦାର କରାଯାଇଛି | ଏହାକୁ ନେଇ ଏବେ ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହିତ ଯୋଡି ଫୁଲ ରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ.ଏହି ସମିଳନୀରେ ବିଜେପି ସଦସ୍ୟ ବରିଷ୍ଟ ଆଇନୀଜୀବୀ ଗଗନ ଦାସ ଓ ନିର୍ମଳ ମହାପାତ୍ର, ସୁବାସ ଚନ୍ଦ୍ର ଜେନା,ପବିତ୍ର ପାଣି ସାମିଲ ହୋଇଥିଲେ |
