ଓ୍ବାର୍ଡ ନମ୍ବର -୭ ଓ ଓ୍ବାର୍ଡ ନମ୍ବର -୨୨ ରେ ବିଜେଡି ସନ୍ଧ୍ୟାରାଣୀଙ୍କ ନିର୍ବାଚନୀ ସଭା
** କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଏବେ ବ୍ୟାସନଗର ପୈାରାଅଂଚଳ ସହରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରସାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ବିଭିନ୍ନ ଓ୍ବାର୍ଡରେ ଜାରି ରହିଛି l ଏହି କ୍ରମରେ ଓ୍ବାର୍ଡ ନମ୍ବର -୭ ଓ ଓ୍ବାର୍ଡ ନମ୍ବର -୨୨ ରେ ବିଜେଡି ସନ୍ଧ୍ୟାରାଣୀଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବ୍ୟାସନଗର ପୈାରାଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିଶ୍ରୁତି ଦେବା ସହ ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥନୀଙ୍କୁ ଆଶ୍ରୀର୍ବାଦ କରିବା ବିପୁଳ ପରିମାଣର ଭୋଟ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ନିବେଦନ କରି ଭୋଟ ଭିକ୍ଷା କରୁଛନ୍ତି l ନେତ୍ରୀମାନେ ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ଓ କୋରେଇ ବିଧାନସଭା ଆସନ ପ୍ରାର୍ଥନୀ ସନ୍ଧ୍ୟାରାଣୀଙ୍କୁ ଜିତାଇବା ପାଇଁ ଭୋଟ ମାଗିଥିଲେ। ଏହି କାର୍ଯ୍ୟକ୍ରମରେ ଓ୍ବାର୍ଡ ନମ୍ବର -୨୨ର ଅନେକ ବୟୋଜ୍ୟେଷ୍ଠ ପୁରୁଖା ଲୋକ ମାନେ ପୂର୍ବତନ କାଉନସିଲର ମନୋଜ୍ କୁମାର ରାଉତଙ୍କ ସହ ଯୋଡିହୋଇ ସ୍ବର୍ଗତ ଅଶୋକ ଦାସଙ୍କ ପରିବାରର ପ୍ରାର୍ଥନୀ ସନ୍ଧ୍ୟାରାଣୀଙ୍କୁ ଜିତାଇବା ପାଇଁ ବିଜେଡି ଦଳରେ ସାମିଲ୍ ହୋଇଥିଲେ l
