ବୁଥ ମୁହାଁ ପୋଲିଂ ପାର୍ଟି

– -ଢେଙ୍କାନାଳ ସଂସଦୀୟ କ୍ଷେତ୍ର ରେ ଆସନ୍ତା ୨୫ ତାରିଖ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି l ଯାହାକୁ ନେଇ ଆଜିଠାରୁ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି l କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ହୋଇଥିବା ଷ୍ଟ୍ରଙ୍ଗରୁମ ରୁ ଆବଶ୍ୟକୀୟ ଉପକରଣ ସହ ବିଭିନ୍ନ ବୁଥ ଅଭିମୁଖେ ବହାରିଛନ୍ତି ପୋଲିଂ ପାର୍ଟି l

ଆଜି ୫୮ ନମ୍ବର ପରଜଙ୍ଗ ବିଧାନସଭା ଆସନ ପାଇଁ ପୋଲିଂ ପାର୍ଟି ଭୋଟିଂ ପାଇଁ ସମସ୍ତ ଆବସକିୟ ଜିନିଷ ନେଇ ବୁଥ ଅଭିମୁଖେ ଯାଉଛନ୍ତି।l ଏଥିପାଇଁ ସମସ୍ତ ପ୍ରକାର ର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପରଜଙ୍ଗ ବିଧାନସଭା ପାଇଁ ସମସ୍ତ ୨୪୨ବୁଥ ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କୁ ଅନୁଧ୍ୟାନ କରାଯାଇଛି। ଏବଂ ପ୍ରସାଶନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେଇଥିବା କହିଛନ୍ତି ଜିଲ୍ଲାପାଳ।

Leave a Reply

Your email address will not be published. Required fields are marked *