ରଘୁନାଥପୁର ବଡ଼ଦାଣ୍ଡରେ ସୁନାବେଶରେ ପ୍ରଭୁ କାଳିଆ ସାଆନ୍ତ
ରଘୁନାଥପୁର ବଡ଼ଦାଣ୍ଡରେ ସୁନାବେଶରେ ପ୍ରଭୁ କାଳିଆ ସାଆନ୍ତ. ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ବ୍ରହ୍ମାଣ୍ଡଗୋସାଇଁଙ୍କ ସୁନାବେଶ. ଚରଣରୁ ମସ୍ତକ ,ଏପରି ସୁବର୍ଣ୍ଣ ଅଳଙ୍କାର ରେ ଆଭୂଶୀତ ହୋଇ ଅଗଣିତ ଭକ୍ତ ଙ୍କୁ ରଥ ଉପରୁ ଦର୍ଶନ ଦେଲେ. ଭକ୍ତ ଓ ଭଗବାନ ମହାମିଳନର ଭାବମୟ ହୋଇ ପଡିଛି ରଘୁନାଥପୁର ବଡଦାଣ୍ଡ, ପରମ୍ପରା ଅନୁଯାୟୀ ପ୍ରଭୁଙ୍କ ର ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି, ବର୍ତ୍ତମାନ ହରିବୋଲ ହୁଳହୁଳି ଶବ୍ଦରେ ରଘୁନାଥପୁର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା.ଜଗନ୍ନାଥ ଙ୍କ ସୁନାବେଶ ସମସ୍ତ ଶ୍ରଦ୍ଧାଳୁ ବେଶ୍ ଆନନ୍ଦର ସହିତ ଉପଭୋଗ କରିଥିଲେ.

ଭକ୍ତମାନଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ରଘୁନାଥପୁର ଆଇଆଇସି ଙ୍କ ନେତୃତ୍ବରେ ପୁଲିସ ବାହିନୀ ମୁତୟନ କରାଯାଇଥିଲା. ଏଥିରେ ମୁଖ୍ୟ ଶିବାନନ୍ଦ ମିତ୍ର, ଚନ୍ଦନ ମିତ୍ର,ପୁଣ୍ୟଶ୍ଲୋକ ମିତ୍ର ଏହି ସୁନାବେଶ ସମାବେଶରେ ଯୋଗ ଦେଇଥିଲେ. ଶିବେନ ସରକାର ସହଯୋଗ ରେ କାଳିଆ ସାଆନ୍ତ ଙ୍କ ସୁନାବେଶ ର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା. ଏହି ସମାବେଶରେ ବହୁ ଦୋକାନ ବଜାର ଖୋଲା ଯାଇଥିଲା ଏଥିରେ ଶ୍ରଦ୍ଧାଳୁ ପ୍ରଭୁ ଙ୍କ ଦର୍ଶନ ପରେ ବଜାରରୁ ଭରପୁର ଆନନ୍ଦଉପଭୋଗକରିଥିଲେ |
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣି ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।
