ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭଵନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ

ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭଵନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ 18 ଅଗଷ୍ଟ 2024, ଆସ୍କା :ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନ ତରଫରୁ ସପ୍ତାହ ବ୍ୟାପି ରକ୍ଷାବନ୍ଧନ ପର୍ବ ପାଳନ କାର୍ଯ୍ୟକ୍ରମ ଜାରି ରହିଛି l ଆଜି ଏହି ଶୃଙ୍ଖଳାରେ ସହରବାସୀ ସମସ୍ତ ଭଉଣୀ ଭାଇଙ୍କ ଉଦ୍ଧେଶ୍ୟରେ ସେବା କେନ୍ଦ୍ରର ପ୍ରଦର୍ଶନୀ ପଡିଆରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l

ପରମାତ୍ମା ଶିବ ପିତାଙ୍କ ସ୍ମୃତିରେ ରହି ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ସହରବାସୀଙ୍କୁ ରକ୍ଷାବନ୍ଧନ ପର୍ବ ପାଳନର ଆଧ୍ଯାତ୍ମିକ ରହସ୍ୟ ବର୍ଣ୍ଣନା କରିବା ଅବସରରେ ପ୍ରକାଶ କରିଥିଲେ ଯେ ପବିତ୍ର ରକ୍ଷାବନ୍ଧନ ପର୍ବ ବିଶ୍ଵବାସୀଙ୍କୁ ଭାରତର ମହାନ୍ ସଂସ୍କୃତିର ପରିଚୟ ପ୍ରଦାନ କରିବା ସହିତ ପରମାତ୍ମା ଶିବପିତାଙ୍କ ସହିତ ସକଳ ମନୁଷ୍ୟ ଆତ୍ମା ମନ ବଚନ ଓ କର୍ମରେ ପବିତ୍ର ରହି ବିଜୟ ପ୍ରାପ୍ତ କରିବା ପାଇଁ ପବିତ୍ରତାର ଯେଉଁ ଚୁକ୍ତି କରିଥଲେ ତାକୁ ପୁଣି ଥରେ ଧାରଣ କରି ବିଜୟ ପ୍ରାପ୍ତ କରିବାର ୟାଦଗାର ପର୍ବ l କାର୍ଯ୍ୟକ୍ରମର ଅତିଥି ରୂପେ ସ୍ଥାନୀୟ ବିଧାୟକ ସରୋଜ ପାଢୀଙ୍କ ପ୍ରତିନିଧିତ୍ୱ କରିଥିଲେ ଯୁବ ଆଇନ୍ ଜୀବି ସନ୍ଦୀପ ପାଢୀ ଆସ୍କା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସଂଜୟ କୁମାର ମହାପାତ୍ର,ଆସ୍କା ବାର ଆସୋସିଏସନ ସଭାପତି ସୁଧାଂଶୁ ପଣ୍ଡା, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ଵାଇଁ ଯୋଗଦେଇ ସହରବାସୀଙ୍କୁ ରକ୍ଷା ବନ୍ଧନ ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହିତ ପୁଣ୍ୟ ଭୂମି ଭାରତର ଦୈବୀ ପରମ୍ପରାରେ ପାଳନ କରା ଯାଉଥିବା ଏହି ପର୍ବ ବିଶ୍ଵବାସୀଙ୍କୁ ଭାରତର ମହାନ ସଂସ୍କୃତି ତଥା ଭାଇଚାରାର ସନ୍ଦେଶ ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ତଥା ସହରର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ସତ୍ୟପ୍ରିୟ ପରିଚାଳନା କରିଥିଲେ l ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜ ଯୋଗ ଅଭ୍ୟାସ କରାଇଥିଲେ l ସୁଶ୍ରୀ ଭୂମିକା ସ୍ଵାଗତ ନୃତ୍ୟ ପରିବେଷଣ କରି ଥିବା ବେଳେ ବ୍ରହ୍ମାକୁମାର ବୁଲୁ ଓ ବ୍ରହ୍ମା କୁମାର ପଞ୍ଚାୟତ୍ରି ଆଧ୍ଯାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ରାଜଯୋଗିନୀ ପ୍ରଭାତୀ ଭଉଣୀ ସମସ୍ତଙ୍କୁ ରକ୍ଷା ସୂତ୍ର ପ୍ରଦାନ କରିଥିଲେ l ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସମସ୍ତ ଭଉଣୀ ଭାଇ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦନ କରିବା ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *