ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ
ପବିତ୍ରତାର ରକ୍ଷା ର ଉତ୍ସବ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପ୍ରଭୁ ପ୍ରୀତ ଭବନ ବ୍ରହ୍ମକୁମାରିସ୍ କବିସୂର୍ଯ୍ୟ ନଗର ଶାଖାରେ ପାଳିତ ହୋଇ ଯାଇଛି।ଏହି ଉତ୍ସ୍ବଵ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କବିସୂର୍ଯ୍ୟ ନଗରଥାନାର ଆଇଆଇସି ସୁଧୀର କୁମାର ସାହୁ ସାର ଏବଂ ଆସିକା ଶାନ୍ତି ଶକ୍ତି ଭାଵନାର ମୁଖ୍ୟ ସଂଚାଳିକା ପ୍ରଭାତୀ ଦିଦି ,ପ୍ରଭୁ ପ୍ରୀତ ଭବନ ସଞ୍ଚାଳିକା ସୁଜ୍ଞାନି ଭଉଣୀ ତଥା କବିସୂର୍ଯ୍ୟ ନଗର ପୌରପାଳିକାର ଉପନଗର ପାଳକ ଭ୍ରାତା ବିକ୍ରାନ୍ତ କୁମାର ସାହୁ ଏବଂ ଅନ୍ୟ କାଉନସିଲ୍ ର ଭାଇମାନେ, ଏବଂ ପିଠାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ସୁରେନ୍ଦ୍ରନାଥ ସାହୁ ସାର୍।ପ୍ରଭାତୀ ଦିଦି ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟ, ଉଦ୍ଦେଶ୍ୟକୁ ଉନ୍ମୋଚନ କରି ମତ ପ୍ରକାଶ କରିଥିଲେ କି ଆଧ୍ୟାତ୍ମିକ ରହସ୍ୟକୁ ଜାଣି ଲେହିଁ ପ୍ରତ୍ୟେକ ନାରୀକୁ ନିଜର ଭଉଣୀ ଭାବ ,ମାତୃ ଭାବ ଜାଗ୍ରତ ହେବ ଏବଂ ପବିତ୍ରଭାବ ଜାଗ୍ରତ ହେବ।ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ ,ସୁଖର ଦୁନିଆ ସ୍ବର୍ଗ ଆସିଯିବ।ଆଇଆଇସି ସର୍ ନିଜର ଅଭିଭାଷଣ ରଖିଥିଲେ କି ସୁନ୍ଦର ଶରୀର ଦରକାର ନାହିଁ ଦରକାର ସୁନ୍ଦର ବ୍ୟବହାର,ସୁନ୍ଦର କର୍ମ।ଏଣୁ ତାଙ୍କୁ ହିଁ ହାଣ୍ଡସମ କୁହାଯାଏ। ଏଥି ସହ ସୁଜ୍ଞାନି ଭଉଣୀ ସଂସ୍ଥାର ପରିଚୟ ଦେଇଥିଲେ। ଉପାନଗର ପାଳକ ଭାଇ ନିଜର ମତ ରଖିଥିକି ଏହି ରକ୍ଷାବନ୍ଧନ ପାଳନ ସହ ଗୋଟିଏ ଗୋଟିଏ ପ୍ରତ୍ୟେକ ଗଛଟିଏ ଲଗାଇଲେ ଧରତି ମାତା ସବୁଜ ବନାନିରେ ପରିବର୍ତ୍ତନ ହୋଇପାରିବ। ଜୈବବିଭିଦତା ସନ୍ତୁଳିତ ରହିପାରିବ। ଡକ୍ଟର ସାହୁ ସର୍ ବର୍ତ୍ତମାନର ଡିଜିଟାଲ ରକ୍ଷା ବନ୍ଧନ ଓ ପୁରୁଣା ସମୟର ରକ୍ଷାବନ୍ଧନ ମଧ୍ୟରେ ତୁଳନାତ୍ମକ ଜ୍ଞାନକୁ ଉନୋଚନ କରି ଆଧ୍ୟାତ୍ମିକ ଆଧାର ଦ୍ଵାରା ହିଁ ପ୍ରକୃତ ରକ୍ଷା ବନ୍ଧନ ସମାହିତ ହୋଇଥାଏ ।ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଲନା କରିଥିଲେ ବ୍ରହ୍ମକୁମାରି ନିରୁପ୍ରଭା ଦିଦି ଏବଂ ସହଯୋଗ କରିଥିଲେ ବ୍ରହ୍ମକୁମାରୀ ଧରଣୀ,ଅନୁ,ସୁଚିତ୍ରା,ସ୍ମୃତିରେଖା,ଆଦି ଏବଂ ବ୍ରହ୍ମାକୁମାର ଚରଣ , କାଳୁ, ବଳରାମ,ନାଗେଶ୍ୱର ଗୋଦାବରି ଆଦି।ଏଥି ସହ ଦୁଇ ଶହରୁ ଉର୍ଦ୍ଧ୍ବ ବ୍ରାହ୍ମଣ କୁଲଭୂଷଣ ଭାଇ ଓ ଭଉଣୀ ମାନେ ଯେଉଁ ମାନେ ଏହି କାର୍ଯ୍ୟରେ ଯୋଗଦେଥିଲେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭ କାମନା ,ଓମ ଶାନ୍ତି।
