ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା l ହମ୍ପସ୍ ନଥିବାରୁ ବଢୁଛି ଦୁର୍ଘଟଣା

ବ୍ରହ୍ମପୁର :-୦୨/୦୯ (ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ) ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। କେଉଁଠି ଖରାପ ରାସ୍ତା ତ ଅନ୍ୟ କେଉଁଠି ହମ୍ପସ୍ ନଥିବାରୁ ଅକାଳରେ ଜୀବନ ଯାଉଛି। ବିଶେଷ କରି ଗୋଶାଣୀନୂଆଁଗା ଥାନା ସମ୍ମୁଖ ମୁଖ୍ୟ ରାସ୍ତା ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଖବର ନଜର୍ କୁ ଆସୁଛି। ଏନେଇ ପୂର୍ବରୁ ବହୁବାର ଗୋଶାଣିନୁଆଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l କିନ୍ତୁ ବ୍ରହ୍ମପୁର ମହାନଗର ନିଗମ, ସ୍ଥାନୀୟ ଜନପ୍ରତିନିଧି ଏବଂ ଥାନା ଅଧିକାରୀଙ୍କ ଅବହେଳା ଯୋଗୁଁ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଭାରି ଯାନ ଚଳପ୍ରଚଳ ହେଉଛି। ସହର ଭିତରୁ ଜାତୀୟ ରାଜପଥକୁ ଏହି ରାସ୍ତା ସଂଯୋଗ କରୁଛି। ବିଶେଷ କରି ଉକ୍ତ ଅଂଚଳରେ ଅନେକ ସ୍କୁଲ, କଲେଜ ମଧ୍ୟ ରହିଛି। ଏବଂ ସହର ବାହାରକୁ ଯିବା ଲାଗି ଅନେକ ଲୋକେ ବି ଏହି ମୁଖ୍ୟ ରାସ୍ତାରେ ଯାଇଥାନ୍ତି। ଦୈନିକ ଶହ ଶହ ବସ, ଟ୍ରକ, ସ୍କୁଲ,କଲେଜ ବସ ଓ ମୋଟରସାଇକେଲ ଯିବା ଆସିବା କରୁଥିବା ବେଳେ ଥାନା ସମୁଖରେ ଥିବା ତିନି କୋଣିଆ ରାସ୍ତା ର ତିନୋଟି ଭାଗ ରେ ହମ୍ପସ ତିଆରି କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ବ୍ରହ୍ମପୁର ମହାନଗର ନିଗମ ଏବଂ ଜନ ପ୍ରତିନିଧିଙ୍କ ଇଚ୍ଛା ଶକ୍ତି ଅଭାବରୁ ସାମାନ୍ୟ ହମ୍ପସ୍ ମଧ୍ୟ ଦୀର୍ଘ ଦିନ ଧରି ହୋଇପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ରବିବାର ବିଳମ୍ବିତ ରାତ୍ରିରେ ଜଣେ ବାଇକ ଚାଳକ ର ଟ୍ରକ୍ ଦୁର୍ଘଟଣାରେ ପ୍ରାଣ ହରାଇବା ଖବର ସାମ୍ନାକୁ ଆସିବା ପରେ ଏବେ ହମ୍ପସ୍ ନିର୍ମାଣ କରିବାକୁ ପୁଣି ଦାବି ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ, ହମ୍ପସ୍ ନଥିବାରୁ ଭାରି ଯାନ ଗୁଡିକର ଦ୍ରୁତ ଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି। ତେଣୁ ଦୁର୍ଘଟଣାରେ ବ୍ରେକ୍ ଲଗାଇବାକୁ ତୁରନ୍ତ ଏହି ମୁଖ୍ୟ ରାସ୍ତାରେ ହମ୍ପସ୍ ନିର୍ମାଣ କରିବାକୁ ସ୍ଥାନୀୟ ବସିନ୍ଧା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *