ଜିଲ୍ଲା କ୍ରୀଡ଼ା ସଂସଦ ନିର୍ବାଚନ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ନିର୍ବାଚନ ଦୀର୍ଘବର୍ଷପରେ ବହୁ ବାଦବିବାଦ ପରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ଅଧିକାରୀ ଭାବେ ସହକାରୀ ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ବ୍ରହ୍ମପୁର ତହସିଲଦାର କ୍ଷିରୋଦ ବିହାରୀ ଭରତନାଗ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ I ଜିଲ୍ଲା କ୍ରୀଡା ସଂସଦର ସଦସ୍ୟଙ୍କ ମଧ୍ୟରୁ ୭୯ଜଣ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏଥିରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଭାବେ ଅଶୋକ ସାହୁ ଓ ଜେ.କାମେଶ୍ବର ରାଓଙ୍କ ମଧ୍ୟରେ କଡା ଟକ୍ଟର ହୋଇଥିଲା । ୭୯ଟି ଭୋଟ ମଧ୍ୟରୁ ୨ଟି ନାକଚ ହୋଇଥବା ବେଳେ ୭୭ଟି ଭୋଟରୁ ଅଶୋକ ସାହୁ ୩୭ ଗୋଟି ଭୋଟ ପାଇଥିବା ବେଳେ ଜେ.କାମେଶ୍ବର ରାଓ ୪୦ ଟି ଭୋଟ ପାଇ ୩ଟି ଭୋଟ ବ୍ୟବଧାନରେ କାମେଶ୍ବର ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଭାବେ ବିଜୟୀ ହାସଲ କରିଛନ୍ତି ।ସେହିପରି ଉପସଭାପତିଭାବେ ୪ଜଣ ବିଜୟୀ ହୋଇଛନ୍ତି I

ଦିବାକର ପାଣିଗ୍ରାହୀ, କେ.ଦିଲ୍ଲୀପ କୁମାର, କେଦାର ଚୌଧୁରୀ, ତାରିଣୀଚରଣ ସାମନ୍ତରା, ଯୁଗ୍ମ ସମ୍ପାଦକଭାବେ ବସନୁ କୁମାର ପାଣିଗ୍ରାହୀ, ଡି.ଆÇ ରାଓ, ଡମ୍ବରୁଧର ଗନ୍ତାୟତ ୩ଜଣ ବିଜୟୀ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଡି.ବାବୁ ରାଓ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଆଥ୍‌ଲେଟିକ୍ ଆସିଷ୍ଟାଣ୍ଡ ସେକ୍ରେଟାରୀ ଭାବେ ପ୍ରମୋଦ କୁମାର ମହାରଣା, ବ୍ୟାଡମିଣ୍ଟନ ମନୋଜ କୁମାର ଦଣ୍ଡପାଟ, ବାସ୍କେଟବଲ ପ୍ରଶାନ୍ତ କୁମାର ରାଉତ, ବଡ଼ବିଲଣ୍ଡିଂ ଶିଶିର କୁମାର ପାଣିଗ୍ରାହୀ, ବକ୍ସି କେ.ପ୍ରଭାକର ରାଓ, କ୍ରିକେଟ ସୁବ୍ରତ କୁମାର ସାହୁ, ସାଇକେଲିଂ ଅପ୍ରତିଦ୍ବନ୍ଦୀ ଭାବେ ସୁଶାନ୍ତ କୁମାର ପାଣିଗ୍ରାହୀ, ଫୁଟବଲ ଜି.ମନ୍ମଥ ବାବୁ, ଜିମ୍ନାଷ୍ଟିକ ଭଗବାନ ସାବତ, ହକିରେ ଅପ୍ରତିଦ୍ବନ୍ଦୀ ଭାବେ ପ୍ରମୋଦ ଚନ୍ଦ୍ର ପାତ୍ର ନିର୍ବାଚିତ ହୋଇଥିଲେ I ସେହିପରି କବାଡିରେ ସୀତାରାମ ବେବର୍ତା, ସୁଇମିଂରେ ପ୍ରଦୀପ କୁମାର ପରିଡା, ଟେବୁଲ୍ ଟେନିସ୍ ନିମାଇଁ ଚରଣ ବେବର୍ତ୍ତା, ଟେନିସ୍ ରାଜେନ୍ଦ୍ର କୁମାର ସାହୁ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ନାରାୟଣ ନାୟକ,ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଉପେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହ କ୍ଲବ୍ ସଦସ୍ୟ ଭାବେ ପୂର୍ଣଚନ୍ଦ୍ର ଚନ୍ଦ୍ର ପାତ୍ର ଓ ଶିବରାମ ପାତ୍ର ବିଜୟୀ ହୋଇଛନ୍ତିl

Leave a Reply

Your email address will not be published. Required fields are marked *