ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସାନଖେମୁଣ୍ଡି ତହସିଲ

ପୋଡାମାରି ଆରଆଇ କାର୍ଯ୍ୟାଳୟ ରେ ବ୍ରହ୍ମପୁର ଭିଜିଲାନ୍ସ ର ଚଢ଼ାଉ ୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ରାଜସ୍ବ କାର୍ଯ୍ୟାଳୟରେ ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ କର୍ମଚାରୀ ଘର ବାରି ପଟା କରିବା ନାଁ ରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନ୍ସ ର ଟିମ ।ଆର ଆଇ ଆଦିତ୍ୟ ସେନାପତି ଓ ଏ ଆର ଆଇ ଟୁଟୁ ସେଠି ଙ୍କୁ କାର୍ଯ୍ୟାଳୟରୁ ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି ।ପୋଡାମାରି ଗ୍ରାମର ବାଳ କୃଷ୍ଣ ପଣ୍ଡା ନିଜର ଘରବାରି ପଟା ଆବେଦନ କରିଥିବା ବେଳେ ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବାଳକୃଷ୍ଣ ପଣ୍ଡା ଦୁର୍ନୀତି ନିବାରଣ ବିଭାଗ ଙ୍କ ଆଶ୍ରୟ ନେଇଥିଲେ।ପୂର୍ବ ପ୍ରସ୍ତୁତି ପ୍ରକାରେ ଆଜି ଅପରାହ୍ନ ୫ ଟା ସମୟରେ ନିଜ କାର୍ଯ୍ୟାଳୟରେ ବାଳକୃଷ୍ଣ ପଣ୍ଡା ଙ୍କ ଠାରୁ ୫ ହଜାର ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରି ଆର୍ ଆଇ ଆଦିତ୍ୟ ସେନାପତି ଏବଂ ଏ ଆର୍ ଆଇ ଟୁଟୁ ସେଠୀ ଙ୍କୁ କାର୍ଯ୍ୟାଳୟ ରୁ ଉଠାଇ ନେଇ ଅଧିକ ପଚରାଉଚରା ନିମନ୍ତେ ବ୍ରହ୍ମପୁର କାର୍ଯ୍ୟାଳୟ କୁ ଭିଜିଲାନ୍ସ ଟିମ ନେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *