ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୯୦ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୭୪ ଗୋଟି ବ୍ୟକ୍ତିଗତ, ୫ ଗୋଟି ଗ୍ରାମ ସମସ୍ୟା ସମ୍ପର୍କିତ, ୧୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ସମ୍ପର୍କିତ ଆବେଦନ ରହିଥିଲା।ତତକ୍ଷଣାତ ୧ ଗୋଟି ଅଭିଯୋଗ ର ସମାଧାନ ହୋଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର ସିଡିଏମଓ ଡା ରୂପ ଭାନୁ ମିଶ୍ର,ଅଭିଯୋଗ ପ୍ରକୋଷ୍ଠ ଡେପୁଟି କଲେକ୍ଟର ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *