ବେଗୁନିଆ ବ୍ଳକ୍ ରେ ୩ଗୋଟି ସୋର ଚାଳିତ ଶିତଳ ଭଣ୍ଡାରର ଉଦ୍ଘାଟନ
ଖୋର୍ଦ୍ଧା ଜିଲ୍ଲା ର ବେଗୁନିଆ ବ୍ଳକ୍ ଅନ୍ତର୍ଗତ ହଜ,ସିକୋ ଓ ଶଗଡ ଭଙ୍ଗା ଗ୍ରା.ପ. ଠାରେ ୧୦ ମେଟ୍ରିକ୍ ଟନ୍ ୩ ଗୋଟି ସୋର ଚାଳିତ ଶିତଳଭଣ୍ଡାର ପ୍ରତିଷ୍ଠା ହୋଇଛି। ବେଗୁନିଆ ବ୍ଳକ୍ ରେ ହଜ,ସିକୋ ଖଡିପଦର ଓ ଶଗଡଭଙ୍ଗା ଅଞ୍ଚଳ ରେ ଧାନ,ମୁଗ ଓ ବିରି ଚାଷ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଥାଏ। ଏଠାରେ ମୁଖ୍ୟତଃ ବାଇଗଣ, ଟମାଟୋ ଫୁଲ କୋଵି ଇତ୍ୟାଦି ଚାଷ ହୋଇଥାଏ ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ, କୃଷି ବିଭାଗ, ଖୋର୍ଦ୍ଧାଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ସଯୋଗରେ ୪୫ଲକ୍ଷ(୪୫୦୦୦୦୦)ବ୍ୟୟ ଅଟକଳ ରେ ଉକ୍ତ ୩ ଗୋଟି ସୋର ଚାଳିତ ଶିତଳ ଭଣ୍ଡାର ନିର୍ମିତ ହୋଇଅଛି।

ଏମ୍.ଆଇ.ଡି.ଏଚଯୋଜନାରୁ ଟ୧୦,୫୦,୦୦୦ଙ୍କା ଓ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପାଣ୍ଠି ରୁ ୪,୫୦,୦୦୦/-ଅନୁମୋଦନ ହୋଇଅଛି । ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିବାବେଳେ ମାନ୍ୟବର ବିଧାୟକ ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ , ମୁଖ୍ୟ ଅତିଥି / ଖୋର୍ଦ୍ଧା ବିଧାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ,/ମାନ୍ୟବର ସାଂସଦ ,ଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣବିଜୁଳି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ହଜ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ/ ସମିତି ସଭ୍ୟ ଦିଲିପ ବଡ଼ଜେନା/ ସିକୋ ସରପଞ୍ଚ ସନ୍ତୋଷି ରାୟ /ସମିତି ସଭ୍ୟ ଅଞ୍ଜଳି ସାହୂ / ଶଗଡଭଙ୍ଗା ସରପଞ୍ଚ ଲିଳା ସ୍ଵାଇଁ/ ସମିତି ସଭ୍ୟ ଦୁର୍ଗା ଚରଣ ମଙ୍ଗରାଜ / ୨୪ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ତନୁଜା ପାଟ୍ଟଶାଣୀ/ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି/ ଉପଧ୍ୟକ୍ଷା ସାବିତ୍ରୀ ମହାପାତ୍ର / ବିଡିଓ, ବେଗୁନିଆ ଲକ୍ଷ୍ମୀଧର ସାହୁ/ ଖୋର୍ଦ୍ଧା ଉଦ୍ୟାନ କୃଷି ସହକାରୀ ନିର୍ଦେଶକ ସ୍ମିତା ମହାନ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନୀୟ ଚାଷୀ ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ସଂରକ୍ଷିତ ନେଇ ଉଚିତ ବଜାର ଦରରେ ବିକ୍ରୀ ପାଈଁ ସହାୟକ ହେଵା ସହ ଆଗାମୀ ଦିନରେ ଏହି ଅଞ୍ଚଳରେ ଅଧିକ ପରିବା ଚାଷ କରାଯିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିଵ ବୋଲି ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି । ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ
