ଚୋରା କାଠ ଗାଡ଼ିକୁ ଜବତ କଲା ବନ ବିଭାଗ ଅଧିକାରୀ
ଭଦ୍ରକ ଜିଲ୍ଲା ଧାମନଗର ବନ ବିଭାଗ ଅଧୀନ ସହିଦ ନଗର ମଙ୍ଗଳ ପୁର ଛକ ନିକଟରେ ସୋମବାର ଅପରାହ୍ନରେ ଦୃତ ଗତିରେ ଆସୁଥିବା ଏକ ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲୋଟି ପଡ଼ିଥିଲା । ଫଳରେ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତିଜିବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ଯୋଗ୍ୟ ଯେ ଧାମନଗର ବନ ବିଭାଗର ଏକ ଟିମ୍ ସହିଦ ନଗର, ବାରୁଅ ଅଞ୍ଚଳର ହୋଇଥିବା ପ୍ଲାଣ୍ଟେଶନ ର କ୍ଷେତ୍ର ପରିଦର୍ଶନ କରି ସହିଦ ନଗର ରାସ୍ତା ଦେଇ ଧାମନଗର କୁ ଫେରୁଥିଲେ।ଉକ୍ତ ସମୟରେ ଭଦ୍ରକ ପଟରୁ ଏକ ଚୋରା ଅର୍ଜୁନ କାଠ ବୋଝେଇ ପିକ ଅପ ଭ୍ୟାନ ମଙ୍ଗଳ ପୁର ଦେଇ ଧାମନଗର ଆଡ଼କୁ ଦୃତ ଗତିରେ ଆସୁଥିବା ସମୟର ବନ ବିଭାଗ ଉକ୍ତ ଗାଡ଼ିକୁ ପିଛା କରିଥିଲେ ।ମଙ୍ଗଳ ପୁର ଛକ ବାଙ୍କରେ ଉକ୍ତ ଗାଡିଟି ବୁଲାଣି କରୁଥିବା ସମୟରେ ନିଜର ଭାରସାମ୍ୟ ହରାଇ ରାସ୍ତା କରକୁ ଅଲୋଟି ପଡ଼ିଥିଲା।ଫଳରେ ଘଟଣା ସ୍ଥଳରୁ ଗାଡ଼ିର ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ।ସେପଟେ ଉକ୍ତ ଚୋରା କାଠ ଗାଡ଼ି କୁ ପିଛା କରୁଥିବା ଧାମନଗର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାଠ ସହ ଗାଡ଼ିକୁ ଜବତ କରିବା ସହ ଧାମନଗର ବନ ବିଭାଗ ପରିସର କୁ ଆଣି ତଦନ୍ତ କରୁଛି। ଜବତ ହୋଇଥିବା ଅର୍ଜୁନ କାଠ ଆନୁମାନିକ ୨୦ ସିଫ୍ଟ ରୁ ଉର୍ଦ୍ଧ ହେବା ସହ ଆନୁମାନିକ ମୂଲ୍ୟ ୪୦ ହଜାର ରୁ ଉର୍ଦ୍ଧ ହେବ।

ଜବତ କରିବା ସମୟରେ ବନ ବିଭାଗ ଅଧିକାରୀ ରାଜ କିଶୋର ନାୟକ, ନକୁଳ ଚରଣ ବାରିକ,ପୀତବାସ ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ।
