ଦୁର୍ବୁର୍ତ୍ତ ପେଟ୍ରୋଲ ଲଗାଇ ପୋଡିଲେ କାର

କାମାକ୍ଷାନଗର, -କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ଗ୍ରାମରେ ଏକ ଘର ଆଗରେ ରହିଥିବା କାରକୁ ଦୁର୍ବୁର୍ତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି l ଚୁଳିଆ ଗ୍ରାମର ଅନିଲ କୁମାର ସାହୁ ଘର ଆଗରେ ସବୁଦିନ ପରି ମଙ୍ଗଳବାର ରାତିରେ କାରକୁ ଘର ଆଗରେ ରଖିଥିଲେ l

ରାତିର ବିଳମ୍ବିତ ପ୍ରହରରେ କେହି ଦୁର୍ବୁର୍ତ୍ତ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ l ନିଆଁ ଲାଗିବା ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇଥିଲେ l ପରେ ଅନିଲ କେହି ଦୁର୍ବୁର୍ତ୍ତ ପେଟ୍ରୋଲ ଢାଳି ତାଙ୍କ କାରକୁ ପୋଡି ଦେଇଥିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *