ଏସ ପି ଭିନିତ୍ ଅଗ୍ରୱାଲ ଆଜି ଏକ ପ୍ରେସ ମିଟ ରେ ଖୁଲାସା କରିଛନ୍ତି
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୂର ଗାଁ ର ନରହରି ବେହେରା ଙ୍କ ଯୁକ୍ତ ଦୁଇ ପଢୁଆ ପୁଅ ରୁଦ୍ର ପ୍ରସାଦ ବେହେରା କୁ ପ୍ରେମ ପାଇଁ ହତ୍ୟା କରାଯାଇଥିଲା ବୋଲି ଯାଜପୁର ଏସ ପି ଭିନିତ୍ ଅଗ୍ରୱାଲ ଆଜି ଏକ ପ୍ରେସ ମିଟ ରେ ଖୁଲାସା କରିଛନ୍ତି। ଅଭୟପୂର୍ ଗାଁ ର ନରହରି ବେହେରା ଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା ସ୍ଥାନୀୟ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ଯୁବତୀ ଙ୍କ ସହ ତିନି ତାରିଖ ସନ୍ଧ୍ୟା ରେ ଅନ୍ତରଙ୍ଗ ଅବସ୍ଥା ରେ ଥିବା ବେଳେ ଯୁବତୀ ର ସାନଭାଇ ଏହାକୁ ଦେଖି ଦେବାପରେ ଏକ ମାରଣାସ୍ତ୍ର ରେ ହାଣି ହତ୍ୟା କରି ନିକଟସ୍ଥ କେନାଲ ରେ ପକାଇ ଦେଇଥିଲା। ପାଞ୍ଚ ତାରିଖ ଦିନ ସକାଳୁ ନିଖୋଜ ରୁଦ୍ର ପ୍ରସାଦ ର ମୃତ ଦେହ ରଥିଆ ଗାଁ ନିକଟ ଏକ ନାଳ ରୁ ମିଳିଥିଲା। ଏହି ହତ୍ୟା କାଣ୍ଡ ରେ ହତ୍ୟାକାରୀ ନାବାଳକ ର ମା ଯାହାନରା ବିବି ସହଯୋଗ କରିଥିବାରୁ ପୋଲିସ ମୋଟ ଦୁଇ ଜଣକୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ ପି ସୂଚନା ଦେଇଛନ୍ତି।ଧର୍ମଶାଳା ରୁ ଈଶ୍ୱର ବାରିକ…
