ନୟାଗଡ ଜିଲ୍ଲା ସ୍ତରୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର

——– ———- ———- ନୂଆଗାଁ ବ୍ଲକର ଡିମିରିପାଲ୍ଲୀ ସରକାରୀ (ଏସ ଏସ ଡି) ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି । ଆଦିବାସୀ ଭାଷା ସଂକୃତି ଏକାଡେମୀ,ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ବେହେରା ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲାର ଡିମିନିଗିଆ ସେବାଶ୍ରମର ସହକାରୀ ଶିକ୍ଷକ ବାପୁଜୀ ପ୍ରଧାନ ଏବଂ ଡାକା ଆଶ୍ରମ ବିଦ୍ୟାଳୟର ଉଦ୍ଧବ କଅଁର ପ୍ରଶିକ୍ଷଣ ଦେଇଥିଲେ । ଡିମିରିପାଲ୍ଲୀ ସରକାରି (ଏସ ଏସ ଡି ) ଉଚ୍ଚ ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

Leave a Reply

Your email address will not be published. Required fields are marked *