ଆଇ ଓ ବି ବ୍ୟାଙ୍କ୍ ଆସିକା ଶାଖା ରେ ଗ୍ରାହାକ ଅସୋନ୍ତୋଷ
କଳିଙ୍ଗ ରୋଡ ସ୍ଥିତ ଆଇ.ଓ.ବି. ଶାଖା ରେ କର୍ମଚାରୀଙ୍କ ବେପରୁଆ ମନୋଭାବକୁ ଗ୍ରାହାକ ସହ୍ୟ କରିପାରୁ ନାହାଁନ୍ତି।ଯେ କୈାଣସି କାର୍ଯ୍ୟ ପାଇଁ ଶାଖା କୁ ଗ୍ରାହାକ ଗଲେ ସେଠି ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ଛିଡ଼ା ହେବାଟା ସାର ।ବ୍ୟାଙ୍କ୍ କତୃପକ୍ଷ ଙ୍କ ଏତା ଦୃଶ୍ୟ କାର୍ଯ୍ୟ ରେ ଗାଁ ଗହଳି ଠୁ ନେଇ ସମସ୍ତ ଖାତା ଧାରୀ ଅସୋନ୍ତୋଷ ପ୍ରକାଶ କରୁଛନ୍ତି। ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ଷ୍ଟାଇପେଣ୍ଡ ହେଉ କି ଉଚ୍ଚ ଶିକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ର ଲାଭ ଉଠେଇବା କଷ୍ଟକର ହେଉଛି କି ଯେଉଁ ମାନେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ରେ ଏକାଉଣ୍ଟ୍ ଖୋଲିଛନ୍ତି।ଆଜ କୁ ୨୦ ଦିନ ହେଲାଣି ଏକାଉଣ୍ଟ୍ କୁ ଆଧାର ସିଡିଙ୍ଗ ହୋଇ ପାରୁନି ଉକ୍ତ ଛାତ୍ରଛାତ୍ରୀମାନଙ୍କ ସେମାନେ ସରକାର ସ୍ତରରେ ମିଳୁଥିବା ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧି ଜିବି ମହଲରେ ମତ ପ୍ରକାଶ ପାଉଛି। ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ତେବେ ଅଞ୍ଚଳ ବାସୀ ରାଜ ରାସ୍ତା କୁ ଓହ୍ଲାଇବେ।
