ଶ୍ରୀଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଆଲୋଚନାଚକ୍ର

ଶ୍ରୀଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠାନର ସାଧାରଣ ସଭା ଓ ଶ୍ରୀମଦ୍ ଭାଗବତ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ମଙ୍ଗରାଜ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ପୁରୋହିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥ ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ପୁରାଣ ଇତିହାସ ବିଭାଗ ଅଧ୍ୟାପକ ଡ. କୃଷ୍ଣଚନ୍ଦ୍ର କବି ଓ ଅଧ୍ୟାପକ ଡ. ବଳରାମ ଦାଶ ଯୋଗ ଦେଇ ଶ୍ରୀମଦ ଭଗବତ ଉପରେ ଆଲୋକପାତ କରିଥିଲେ । ଶ୍ରୀମଦ ଭଗବତ ଶ୍ରୀକୃଷ୍ଣଙ୍କ ସ୍ବରୂପ ଓ ବ୍ୟାସଦେବଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ବୋଲି ଅତିଥି ମାନେ ବିସ୍ତୃତ ଭାବେ କହିଥିଲେ । କଳିଯୁଗରେ ଏହା ମୁକ୍ତିର ମାର୍ଗ ଦେଖାଉଛି ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ଭଗବତ ଯୁବ ସମାଜ ପଠନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଦିବାକର ଷଡଙ୍ଗୀ,ଦୀନବନ୍ଧୁ ମିଶ୍ର, ଡ. ଅଭୟାନନ୍ଦ ସାହୁ, ଡ. ପ୍ରିୟରଞ୍ଜନ ରଥ, ଡ. ଅଜୟ କୁମାର ଦାଶ, ରମାବଲ୍ଲଭ ମହାପାତ୍ର, ଡ. ସ୍ନେହଲତା ମହାପାତ୍ର, ପୁଷ୍ପିତା ପଟ୍ଟନାୟକ, ସଞ୍ଜୁକ୍ତା ମହାପାତ୍ର, କାର୍ତ୍ତିକ ସାହୁ, ଜୟଶ୍ରୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡ. ଶଶିକାନ୍ତ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *