କୋଳିମାଟି ପଂଚାୟତରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ l

ଭାରତୀ ଜନତା ପାର୍ଟି ଘଷିପୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୟଳମଣ୍ଡା ମଣ୍ଡଳ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ135 ନଂ ବୁଥ ନୂଆପଡ଼ା ଟିକିରା ଗ୍ରାମରେ ସଦସ୍ୟତା ଅଭିଯାନ ବିଜେପି ବିଧାୟକ ପ୍ରାର୍ଥି ଡ଼ଃ ଶମ୍ଭୁନାଥ ରାଉତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଯାଇଅଛି। ଏହି ସ୍ୱତନ୍ତ୍ର ଅଭିଯାନରେ ଶହେ ଚଉତିରିଶ ମହିଳା ଓ ପୁରୁଷ ସଦସ୍ୟତା ଗ୍ରହଣ କରିଥିଲେ। ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଘଟଗାଁ ମଣ୍ଡଳର ଉପରଡିହା ପଞ୍ଚାୟତ ମେଲଣ ଗ୍ରାମର ବିଭିନ୍ନ ସାହି ଓ ବସ୍ତି ମାନଙ୍କରେ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ କରାଯାଇ ଥିଲା ।ବିଜେପି ପକ୍ଷରୁ 2024 ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଏକ ନୂଆ ଦିଶା,ନୂଆ ଆଶା ସଂଚାର କରିବା ସହ ସାରା ଦେଶରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରି ପୁନର୍ବାର ବିଶ୍ବରେ ସର୍ବାଧିକ ସଦସ୍ୟ ଦଳ ଭାବେ ଉଭାନ ହେବାର କଳ୍ପନାକୁ ସାକାର କରିବାରେ ସମର୍ଥ ହେବ ବୋଲି ଡ଼ଃ ରାଉତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଦସ୍ୟ ସଂଗ୍ରହ ଟିମ୍ ରେ ମାନସ ସାହୁ, ତପନ ଧିର,ଚିତ୍ତ ପାଲ,ପୁଷ୍ପଲତା ମହାନ୍ତି ,ଆଦିତ୍ୟ ମିଶ୍ର ସାମିଲ ଥିବାବେଳେ ଗ୍ରାମର ବସନ୍ତ ମହାକୁଡ, ଜସ୍ମିନୀ ମୁର୍ମୁ , ମିନା ମାରାଣ୍ଡି ,ରାଜେଶ ମୁଣ୍ଡା, ବୁଟାଶିଂ ବେଶ୍ରା ,ଅର୍ଜୁନ ମାଝୀ ଓ ସାମଲ ପୂର୍ତ୍ତି ଘର ଘର ବୁଲି ସଦସ୍ୟ ସଂଗ୍ରହରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *